ପ୍ରଳୟଙ୍କରୀ ତୋଫନ୍‌ ଡୋରିଆନ୍‌ର କରାଳ ରୂପ -ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 03, 2019 IST

ଫ୍ଲୋରିଡା - ପ୍ରଳୟଙ୍କରୀ ତୋଫାନ୍‌ ଡୋରିଆନ୍‌ ଏବେ ଆମେରିକାର ଫ୍ଲୋରିଡା ଉପକୂଳ ଅତିକ୍ରମ କରିଛି । ଏବେ କାଟାଗୋରୀ ୫ରୁ ଏହା କାଟାଗୋରୀ ୩ ହରିକେନ୍‌କୁ ରୂପାନ୍ତରିତ ହେଉଛି। ଏବେ ପବନର ବେଗ କମିଥିବା ବେଳେ ସମୁଦ୍ର ମଧ୍ୟରେ ଏହା ମନ୍ଥର ଗତିରେ ଆଗକୁ ବଢୁଛି । ହରିକେନ୍‌ ଡୋରିଆନ୍‌ ଯୋଗୁଁ ବାହାମାସ୍‌ରେ ୫ ଜଣଙ୍କର ମୃତ୍ୟ ହୋଇଛି ।ପ୍ରଳୟଙ୍କରୀ ହରିକେନ୍‌ ଡୋରିଆନ୍‌ ଯୋଗୁଁ ବାହାମାସ୍‌ରେ ପ୍ରବଳ କ୍ଷୟକ୍ଷତି ହୋଇଛି ।ଆବାକୋ ଦ୍ୱୀପରେ ଏହି ବ୍ୟକ୍ତିମାନଙ୍କର ମୃତ୍ୟୁ ହୋଇଛି। ଆର୍କିପେଲାଗୋରେ ସ୍ଥଳଭାଗକୁ ସ୍ପର୍ଶ କରୁଥିବା ଏହା ସବୁଠାରୁ ଶକ୍ତିଶାଳୀ ହରିକେନ୍‌ ବୋଲି ଆମେରିକାର ଜାତୀୟ ରେଡିଓ ପକ୍ଷରୁ ସୂଚନା ଦିଆଯାଇଛି ।

wp:core-embed/youtube {"url":"https://www.youtube.com/watch?time_continue=2\u0026v=ApiQ7uEwOHw","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?time_continue=2&v=ApiQ7uEwOHw
/wp:core-embed/youtube

ଆବାକୋ ଦ୍ୱୀପରେ ପ୍ରଳୟର ତାଣ୍ଡବ ରଚିଛି ଡୋରିଆନ୍‌ ସାମୁଦ୍ରିକ ଝଡ । ଏହା ଦ୍ୱାରା ହୋଇଥିବା କ୍ଷତିର ଭରଣା ପାଇଁ ଅନେକ ସମୟ ଲାଗିବ । ଏଥିପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ବାହାମାସ୍‌ର ପ୍ରଧାନମନ୍ତ୍ରୀ କହିଛନ୍ତି । କାଟାଗୋରୀ-୩ ହରିକେନ୍‌ର ପରିଣତ ହେବା ପରେ ଏବେ ପବନର ବେଗ ହ୍ରାସ ପାଇ ପ୍ରତିଘଣ୍ଟା ୧୯୩ କିଲୋମିଟରରେ ପହଞ୍ଚିଛି ।

{"id":152536}

ଡୋରିଆନର ସର୍ବାଧିକ ପବନର ବେଗ ୨୬୫ କିଲୋମିଟର ପ୍ରତିଘଣ୍ଟା ରେକର୍ଡ କରାଯାଇଛି।

{"id":152538}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.