ଆକାଶରୁ ଖସିଲା ମୃତ୍ୟୁ- ଅଟୋଷ୍ଟାଣ୍ଡରେ ଛିଡା ହୋଇଥିବା ମହିଳାଙ୍କର ମୃତ୍ୟୁ

Published By : Prameya-News7 Bureau | November 24, 2019 IST

ହାଇଦ୍ରାବାଦ ୨୪।୧୧  -  କେବେ ଭାବିଛନ୍ତି ? ଆପଣ ଘରଭଡ଼ା ଖୋଜିବାକୁ ଯିବା ପାଇଁ ଅଟୋ ଷ୍ଟାଣ୍ଡରେ ଛିଡ଼ା ହୋଇଥିବେ । ହଠାତ୍ ଆକାଶରୁ ଏକ କାର୍ ଆପଣଙ୍କ ଉପରେ ଖସିବ । ଯେଉଁଥିରେ ଆପଣଙ୍କ ମୃତ୍ୟୁ ହେବ । ଏପିରିକି କାର ଧକ୍କାରେ ପାଖରେ ଥିବା ଗଛ ମଧ୍ୟ ଭାଙ୍ଗିଯିବ ।

{"id":189322,"sizeSlug":"large"}

 ଆକାଶରୁ ଖସିଲା ମୃତ୍ୟୁ । ଫ୍ଲାଏ ଓଭର ଉପରେ ଦ୍ରୁତ ଗତିରେ ମାଡ଼ି ଯାଉଥିଲା ଏହି ନାଲି କାର୍ । ଆଉ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖସି ପଡୁଥିବା କାର ଦେଖି ଲୋକେ ମଧ୍ୟ ଏଣେ ତେଣେ ଧାଇଁବାରେ ଲାଗିଥିଲେ ।କାରରେ ମାଡ଼ ହୋଇ ଗଛ ପାଖରେ ଥିବା ଗଛ ଭାଙ୍ଗି ଯାଇଥିଲା ଓ ପାଖରେ ଛିଡ଼ା ହୋଇଥିବା ଜଣେ ଦୁଇ ଜଣ କାର୍ ତଳେ ଚାପି ହୋଇଯାଇଥିଲେ ।

{"id":189323,"sizeSlug":"large"}

ଏହି ଘଟଣା ହେଉଛି ହାଇଦ୍ରାବାଦର ଗାଚ୍ଛିୱାଲି ଅଞ୍ଚଳର । ଗାଚ୍ଛିୱାଲିର ବାୟୋଡାଇଭରସିଟି ଜଙ୍କସନ୍ରେ ବସ୍ ଏବଂ ଅଟୋ ପାଇଁ ଲୋକେ ଅପେକ୍ଷା କରିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ବାୟୋଡାଇଭରସିଟି ଫ୍ଲାଏଓଭରରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏହି ଲାଲ୍ ରଙ୍ଗର କାର୍ । ଦୁର୍ଘଟଣାରେ ଭେଙ୍କଟା ସତ୍ୟବେନି ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ତାଙ୍କ ଝିଅ ସହ ଘରଭଡ଼ା ଖୋଜି ବାହାରିଥିଲେ ।

{"id":189324,"sizeSlug":"large"}

ଦୁର୍ଘଟଣାରେ ତାଙ୍କ ଝିଅ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ପାଖରେ ଥିବା ଜଣେ ଅଟୋ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଦୌଡ଼ୁଥିବା ବେଳେ କାର୍  ଟାୟାର ମାଡ଼ ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା କେ. କ୍ରିଷ୍ଣାମିଲନ ନାମକ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ମୋଟାମୋଟି ପୂରା ଘଟଣାକୁ ଦେଖିଲେ ଏତିକି କହିହେବ ଭୁଲ କାହାର, ଭୋଗିଲା କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.