ସରିଗଲା ଡେଡଲାଇନ ହେଲେ ଆସିଲାନି ଲାଇନ୍ : ୧୧ ଦିନ ପରେ ବି ରାଜଧାନୀର ଅନେକ ସ୍ଥାନ ଅନ୍ଧାରରେ, ଆହୁରି ସପ୍ତାହେ...

Published By : Prameya-News7 Bureau | May 13, 2019 IST

ଭୁବନେଶ୍ବର ୧୩\୫ : ସରିଗଲା ଡେଡଲାଇନ ହେଲେ ଆସି ପାରିଲାନି ଲାଇନ୍ । ୧୨ ତାରିଖ ସୁଦ୍ଧା ୧୦୦ ପରସେଣ୍ଟ କରିବାକୁ ଲକ୍ଷ୍ୟ ରଖିଥିବା ଶକ୍ତି ବିଭାଗ ଏବେ ବି ଖୁଣ୍ଟି ପୋତିଛି, ତାର ଟାଣୁଛି ।

{"id":111438}

୧୧ଦିନ ଧରି ଏବେ ବି ଲୋକେ ବିଜୁଳି ଆଲୁଅ ଦେଖିନାହାନ୍ତି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଉଗ୍ରରୂପ ନେଲାଣି । ଭରତପୁର ଏବେ ଅନ୍ଧାର ଥିବାବେଳେ ସୁନ୍ଦରପଦା, ଶିଶୁପାଳା ଗଡରେ ଏବେ କାମ ଚାଳିଛି । ଏପଟେ ସାଇଟ ଇଜିନିୟର କହୁଛନ୍ତି ବିଜୁଳି ଆସିବାକୁ ଲାଗିବ ଆହୁରି ସପ୍ତାହାକରୁ ଅଧିକ ସମୟ…

{"id":111437}

କଣ୍ଟ ପୂରିଲା ​‌ସମ୍ପୂର୍ଣ୍ଣ ଭୁବନେଶ୍ବର ଆଲୋକିତ ହୋଇପାରିଲାନି । ୧୨ ତାରିଖ ସୁଦ୍ଧା ୧୦୦ପର​‌ସେଣ୍ଟ କରିବାକୁ ଲକ୍ଷ୍ୟ ରଖିଥିଲା ଶକ୍ତି ବିଭାଗ । କିନ୍ତି ୧୨ ତାରିଖ ଯାଇ ୧୩ ତାରିଖ ହେଲାଣି ଏବେ କେଉଁଠି ଖୁଣ୍ଟି ପୋତା ହେଉଛି ତ ଆଉ କେଉଁଠି ତାର ଟଣା ଚାଲିଛି। ଆଉ କେଉଁଠି ଖୁଣ୍ଟି ଟ୍ରାକ୍ଟରରେ ବୁହା ହେଉଛି ।

{"id":111441}

ଭୁବନେଶ୍ବର ବୁଲି ନ୍ୟୁଜ ସେଭେନ ଟିମ ସ୍ଥିତି ପରଖିଥିଲା । ଭରତପୁର, ସୁନ୍ଦର ପଦା ଶିଶୁ ପାଳ ଗଡରେ କାମ ଚାଲିଥିଲା । ଭରତ ପୁରରେ ଖୁଣ୍ଟି ପୋତା ଯାଉଥିବାବେଳେ କଳିଙ୍ଗ ଷ୍ଟୁଡିଓ ଛକ​‌ରେ ବି ଖୁଣ୍ଟି ପୋତା ଚାଲିଥିଲା । ସୁନ୍ଦର ପଦା ଏବଂ , ଶିଶୁପାଳଗଡ, ନାକା ଗେଟ ଛକରେ ତାର ଟଣା ଚାଲିଥିଲା।

{"id":111439}

ଏପଟେ ଫନି ପରଠାରୁ ଲୋକେ ଘରେ ବିଜୁଳି ଆଲୁଅ ଦେଖିବା ସାତ ସପନ ହେଇଯାଇଛି । ଇଲେକ୍ଟ୍ରି ଅଫିସ ଧାଇଁ ଧାଇଁ  ଏମାନେ ନିରାଶ ହୋଇଗଲଣି । ଆଜିକାଲି କଥା କହି ସେମାନଙ୍କୁ ଭଣ୍ତେଇବାରେ ଲାଗିଛନ୍ତି । କିନ୍ତୁ ବାସ୍ତବରେ ଏମାନେ ପ୍ରତିଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଦିନ କାଟୁଛନ୍ତି । କିଏ ଦାଣ୍ତ ପିଣ୍ତାରେ ବସି ଲୁଗା ହଲାଇ ପବନ ଖାଉଛି ତ ଆଉ ଛୋଟ ପିଲାମାନେ ଦେହରେ ପାଣି ଢ଼ାଳି ହୋଇ ଥଣ୍ତ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଅସହ୍ୟ ଗରମ କୁ ବିଜୁଳି ନ ଆସିବା ସେମାନଙ୍କ ଅସନ୍ତୋଷ ଆହୁରି ବଢ଼ାଇଦେଇଛି ।

{"id":111440}

ଦିନ ପରେ ଦିନ ଗଢୁଛି କାମ ଚାଲୁ ରହିଛି । ​‌ହେଲେ ଏବେ ବି ଭୁବନେଶ୍ବର ପୂରା ଆଲୋକିତ ହୋଇନି । ପୁରା ଆଲୋକିତ ହେବାକୁ ଆହୁରି ସପ୍ତାହରୁ ଅଧିକ ସମୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.