ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ ଡିଲ୍ ଲାଗି ବଢିଲା ଅବଧି,ଜାଣନ୍ତୁ କେବେକୁ ହେଲା ଧାର୍ଯ୍ୟ

Published By : Prameya-News7 Bureau | April 02, 2021 IST

ମୁମ୍ବାଇ ୨।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ ଉଦ୍ୟୋଗ ରିଲାଏନ୍ସ ରିଟେଲ ଭେଞ୍ଚର୍ସ (ଆରଆରଭିଏଲ) କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପର ଖୁଚୁରା ଓ ପାଇକାରୀ କାରବାର କ୍ରୟ ଲାଗି ଡିଲ ଅବଧି ଆଉ ୬ ମାସ ସମ୍ପ୍ରସାରଣ କରିଛନ୍ତି। ଏ ନେଇ ଫ୍ୟୁଚର ରିଟେଲ ସେୟାର ବଜାରକୁ ସୂଚିତ କରିଛନ୍ତି।  ଯେଉଁଥିରେ ଆରଆରଭିଏଲ୍ ‘ଲଙ୍ଗଷ୍ଟପ ଡେଟ୍‌’ ମାଧ୍ୟମରେ କାରବାର ସମ୍ପୂର୍ଣ୍ଣ କରିବା ଲାଗି ସମୟ ଅବଧିକୁ ୩୧ ମାର୍ଚ୍ଚ ୨୦୨୧ରୁ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିବା ସୂଚିତ କରାଯାଇଛି।

ଫ୍ୟୁଚର ରିଟେଲଙ୍କ ଅନୁସାରେ ଯୋଜନା ଓ ଅନ୍ୟ ନେଣଦେଣ ଦଲିଲରେ ବ୍ୟବସ୍ଥା ଅନୁସାରେ ଆରଆରଭିଏଲ ଅଧିକାର ଗ୍ରହଣ ଲାଗି ପଦକ୍ଷେପ ନେଇଛି। ଏଥିଲାଗି ଚୂଡାନ୍ତ ସମୟ ସୀମାକୁ ୩୦ ସେପ୍ଟମ୍ବର ୨୦୨୧କୁ ସମ୍ପ୍ରସାରଣ କରିଛନ୍ତି। ଯାହା ବିଧିବଦ୍ଧ ସ୍ୱୀକାର ମଧ୍ୟ ହୋଇଛି।

{"id":432183,"sizeSlug":"large","linkDestination":"none"}

ରିଲାଏନ୍ସ-ଫ୍ୟୁଚର କାରବାରକୁ ଆମାଜନ କରୁଛି ବିରୋଧ
ତେବେ ଦେଶର ଦୁଇ ପ୍ରମୁଖ କମ୍ପାନୀଙ୍କ ଡିଲକୁ ଆମାଜନ ବିରୋଧ କରୁଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ଲମ୍ବିତ ଥିବା ବେଳେ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏହି ଡିଲ ନେଇ ୨୯ ଅଗଷ୍ଟ ୨୦୨୦ରେ ଘୋଷଣା ହୋଇଥିଲା। ଏହି ଦୁଇ କମ୍ପାନୀଙ୍କ ବିଲୟକୁ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ), ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଧ୍ୟ ମଞ୍ଜୁର କରିଛନ୍ତି। ତେବେ ଏନସିଏଲଟି ଓ ସେୟାର ହୋଲ୍ଡରଙ୍କ ମଞ୍ଜୁରିକୁ ଏବେ ଅପେକ୍ଷା କରାଯାଇଛି।

ଇତି ମଧ୍ୟରେ ଡିଲରେ ଆଗକୁ ବଢିବା ଲାଗି ଫ୍ୟୁଚର ଗ୍ରୁପ ଉପରେ ଥିବା ରହିତାଦେଶକୁ ସୁପ୍ରିମ କୋର୍ଟ ହଟାଇ ଦେଇଛନ୍ତି।  ସେହିପରି ଏ ଦିଗରେ ଏନସିଏଲଟିକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଏନସିଏଲଟିଙ୍କ ଆଦେଶ ଶୁଣାଣି ଉପରେ ରୋକ ରହିଛି।

{"id":432184,"width":838,"height":360,"sizeSlug":"large","linkDestination":"none"}

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଏକକ ପୀଠ  ଏ ଦିଗରେ ଫ୍ୟୁଚର ଗ୍ରୁପକୁ ଆଗକୁ ବଢିବାରେ ଅଟକାଇ ଦେଇଥିଲେ। ଯାହାକୁ ଫ୍ୟୁଚର ଗ୍ରୁପ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ଏହା ପୂର୍ବରୁ ଆମାଜନ ଏ ନେଇ ଏକ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟାଳୟ କାରବାରକୁ ଅଟକାଇ ଦେଇଥିବା ବେଳେ ଆଦେଶ କାର୍ଯ୍ୟକାରୀ କରିବା ଲାଗି ଆମାଜନ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.