Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସରିଲା ଡେଡ୍‌ଲାଇନ୍, ଆଜିଠୁ ହେଭି ଫାଇନ୍ : ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ତଣ୍ଡ

1/03/2020 at 7:17 AM

ଭୁବନେଶ୍ବର ୦୧।୦୩ : ସରିଲା ଡେଡ ଲାଇନ୍ ।  ରବିବାର (ଆଜି)ଠାରୁ କଡାକଡି ଲାଗୁ ହେବ ନୂଆ ମୋଟକ ଯାନ ଆଇନ । ଟ୍ରାଫିକ ଉଲ୍ଲଘଂନକାରୀଙ୍କୁ ଆଉ ନିସ୍ତାର ନାହିଁ । ମୋଟା ଅଙ୍କର ତଣ୍ଡ ଗଣିବେ ।  ନୂଆ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 ସରକାର ଦେଇଥିବା ୬ମାସ ଟ୍ରାଫିକ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରିବେ କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏନେଇ ଶନିବାର ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସ୍ ପି ଓ ଡିଏସ୍ ପିମାନଙ୍କୁ ଚିଠି ଲେଖିଛନ୍ତି।  ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।

ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଇଥିଲା। ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା। ପରେ ସଂଶୋଧିତ ମୋଟରଯାନ ଆଇନକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ଉଠିଥିଲା। ପ୍ରଥମେ ତିନି ମାସ ଯାଏଁ ଓ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଥିଲା। ଗାଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ୬ ମାସର କଣ୍ଟ ଦିଆଯାଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟ କଣ୍ଟ ପୁରିଛି । ଆଜିଠୁ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

() ଏବେ ଆସନ୍ତୁ ନଜର ପକାଇବା କେଉଁ ନିୟମ ଉଲ୍ଲଘଂନ ପାଇଁ କେତେ ଟଙ୍କା ଫାଇନ ଦେବାକୁ ହେବ ।

(୧)- ଟ୍ରାଫିକ ନିୟମ ଖିଲାପ -୫୦୦ ଟଙ୍କା

(୨)- ଗାଡିର ଇନସ୍ୟୁରାନ୍ସ ନଥିଲେ- ୨୦୦୦ ଟଙ୍କା

(୩)- ନାବାଳକ ଗାଡି ଚଲାଇଲେ- ୨୫,୦୦୦ ଟଙ୍କା

(୪)- ଚାଳକଙ୍କ ଲାଇସେନ୍ସ ନଥିଲେ- ୫୦୦୦ ଟଙ୍କା

(୫)- ବାଇକରେ ୨ରୁ ଅଧିକ ବସିଲେ- ୧୦୦୦ ଟଙ୍କା

(୬)- ହେଲମେଟ୍  ନପିନ୍ଧିଲେ – ୧୦୦୦ ଟଙ୍କା

 (୭)- ମଦ ପିଇ ଗାଡି ଚଳାଇଲେ- ୧୦୦୦୦ ଟଙ୍କା, ଗିରଫ

(୮)- ଦ୍ରୁତଗତିରେ ବାଇକ୍  ଚଳାଇଲେ- ୨୦୦୦ ଟଙ୍କା

(୯)- ଦ୍ରୁତ ଗତିରେ ଚାରି ଚକିଆ ଚଳାଇଲେ- ୪୦୦୦ ଟଙ୍କା

(୧୦)- ବେପରୁଆ ଗାଡି ଚଳାଇଲେ- ୫୦୦୦ ଟଙ୍କା

(୧୧)- ରଙ୍ଗ ରୁଟରେ ଗାଡି ଚଳାଇଲେ- ୫୦୦୦ ଟଙ୍କା

(୧୨)- ଦୁର୍ଘଟଣା ଘଟାଇଲେ- ୫୦୦୦ ଟଙ୍କା

(୧୩)-  ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ- ୫୦୦୦ ଟଙ୍କା 

(୧୪)- ଡ୍ରାଇଭର ସିଟ୍  ବେଲ୍ଟ ନପିନ୍ଧିଲେ- ୧୦୦୦ ଟଙ୍କା

(୧୫)-  ଡ୍ରାଇଭିଂ ଲାଇସେନ୍ସ ବାତିଲ ବେଳେ ଗାଡି ଚଳାଇଲେ- ୧୦୦୦୦ ଟଙ୍କା

(୧୬)- ପ୍ରଦୂଷଣ ସାର୍ଟିଫିକେଟ୍  ନଥିଲେ- ୧୦୦୦୦ ଟଙ୍କା

(୧୭)- ବେଆଇନ ଭାବେ ଓଭରଟେକିଂ କଲେ – ୫୦୦୦ ଟଙ୍କା

(୧୮)- ରେଜିଷ୍ଟ୍ରେସନ ନଥାଇ ଗାଡିଚଳାଇଲେ – ୫୦୦୦ଟଙ୍କା

(୧୯)- ପରମିଟ ନଥାଇ ଗାଡି ଚଳାଇଲେ- ୧୦୦୦୦ ଟଙ୍କା

(୨୦)- ଟ୍ରାଫିକ ରେଡ ଲାଇଟ୍ ଡେଇଁଲେ – ୫୦୦୦ ଟଙ୍କା

(୨୧)- ମାଲ ଗାଡିରେ ଯାତ୍ରୀ ପରିବହନ- ୫୦୦୦ ଟଙ୍କା

   Related Posts