ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦

Published By : Prameya-News7 Bureau | October 30, 2020 IST

ସେନେଗଲ୍‌ ୩୦/୧୦: ୨୦୨୦ର ସବୁଠୁ ଭୟଙ୍କର ନୌକା ଦୁର୍ଘଟଣା। ଚଳିତବର୍ଷ ସେନେଗଲ୍ ଉପକୂଳ ସମୁଦ୍ରରେ ଘଟିଥିବା ନୌକା ଦୁର୍ଘଟଣା ସବୁଠୁ ଭୟଙ୍କର ଥିଲା ବୋଲି ଜଣାପଡ଼ିଛି। ଏଥିରେ ୧୪୦ ପ୍ରବାସୀଙ୍କ ଜୀବନ ଯାଇଛି । ଏନେଇ ୟୁଏନ୍‌ ପ୍ରବାସ ଏଜେନ୍ସି ଦ୍ବାରା ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହାସହ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ( ଆଇଓଏମ୍‌)ର ରିପୋର୍ଟ ଅନୁସାରେ ପାଖାପାଖି ୬୦ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ସେନେଗଲ ଓ ସ୍ପେନ୍‌ ନୈସେନା ସମେତ ସ୍ଥାନୀୟ ମତ୍ସ୍ୟଜୀବୀ ।

{"id":353392,"sizeSlug":"large"}

ପଶ୍ଚିମ ସେନେଗଲ୍‌ର ମୋବୁରରୁ ୨୦୦ ପ୍ରବାସୀଙ୍କୁ ନେଇ ସ୍ପେନ୍‌ର କାନାରି ଦ୍ବୀପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ନୌକା। ଯାତ୍ରା ଆରମ୍ଭ କରିବାର କିଛି ଘଣ୍ଟା ମଧ୍ୟରେ ନୌକାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏମିତି ଭାବେ କିଛି ବାଟ ଗଲା ପରେ ସେଣ୍ଟ ଲୁଇସ୍‌ଠରେ ନୌକାଟି ବୁଡ଼ି ଯାଇଥିଲା । ତେବେ ସେଥି​‌ରେ ଥିବା ୨୦୦ ଜଣଙ୍କ ମଧ୍ୟରୁ ୧୪୦ ଜଣ ପ୍ରାଣ ହରାଇଥିଲେ। ଅନ୍ୟ ୬୦ ଜଣଙ୍କୁ ସେନେଗଲ ଓ ସ୍ପେନ୍‌ ନୈସେନାଙ୍କ ସମେତ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ଆଇଓଏମ୍‌ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.