ବୃଦ୍ଧଙ୍କ ମୃତଦେହ ଠାବ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | December 04, 2019 IST

ଚୌଦ୍ବାର ୦୪।୧୨: ଆଦିବାସୀ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ । କଟକ ଜିଲ୍ଲା  ଚୌଦ୍ବାର ଥାନା ମଙ୍ଗରାଜପୁର ପଂଚାୟତ ବେରେନା ଗାଁରେ ଘଟଣା ଘଟିଛି  । ମୃତକ ବେରେନା ଗାଁର  ସିଙ୍ଗରା ସଏ।

{"id":193587,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଗତକାଲି ରାତିରେ ନିଜ ଧାନ ବିଲକୁ ହାତୀ ଙ୍କୁ ଜଗିଥିବାବେଳେ ଯାଇଥିଲେ ।ସିଙ୍ଗରାଙ୍କୁ  ଏକ ଟାଙ୍ଗିଆ ରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟା ପରେ ତାଙ୍କୁ ପ୍ରାୟ ଶହେ ମିଟର ଘୋଷାଡି ନିଆଯାଇଥିବା ଜଣାପଡିଛି। ସିଙ୍ଗରାଙ୍କୁ ସେହି ଗ୍ରାମର ଦେବେନ୍ଦ୍ର ସୁରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଗୁଣିଗାରେଡି ଯୋଗୁଁ ହତ୍ୟା କରାଯାଇଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି ।  ମୃତ ସିଙ୍ଗରା ବିଭିନ୍ନ ପୂଜାପାଠ କରୁଥିବାର  ଜଣା ଯାଉଛି ।ଘଟଣାସ୍ଥଳରେ ଚୌଦ୍ବାର ଥାନା ପୋଲିସ ପହଞ୍ଚି ନାହିଁ  । ଚୌଦ୍ବାର ଥାନା ଅଞ୍ଚଳରେ ଏହା ତୃତୀୟ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.