ରାଜଧାନୀରେ ଗତକାଲି ରାତିରୁ ଝୁଲୁଛି ଯୁବତୀଙ୍କ ଶବ, ପୁଲିସ କରୁନି ଉଦ୍ଧାର
10/11/2019 at 9:09 PM

ଭୁବନେଶ୍ୱର ୧୦।୧୧ – ଭୁବନେଶ୍ବର ବରମୁଣ୍ଡା ଶାନ୍ତି ବିହାରରେ ଝୁଲୁଛି ଯୁବତୀଙ୍କ ମୃତଦେହ ।ଗତକାଲି ରାତିରୁ ଝୁଲିଥିବା ମୃତଦେହ ଉଦ୍ଧାର ହୋଇନି । ମୃତକ ହେଲେ ଯାଜପୁର ଅଞ୍ଚଳର ସୁରଧ୍ୟା ପରିଡା ।

ସେ ରହୁଥିବା ଭଡା ଘରେ ତାଙ୍କର ମୃତଦେହ ଝୁଲୁଥିବା ସକାଳୁ ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ହେଲେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ସୁରଧ୍ୟାଙ୍କ ଘର ଲୋକଙ୍କୁ ଅପେକ୍ଷା କରି ମୃତଦେହ ଉଦ୍ଧାର କରାଯାଇନି ।
ସେ ୨ ମାସ ପ୍ରେମ ବିବାହ କରିଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021