Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ହଜିନି ମାନବିକତା, ଟଙ୍କା ସଂଗ୍ରହ କରି ମୃତଦେହକୁ ବିହାର ପଠାଇଲେ ଗାଁ ଲୋକେ

13/09/2020 at 5:00 PM

ସମ୍ବଲପୁର, ୧୩।୦୯:  ଲୋପ୍ ପାଇନି ମାନବିକତା । ଏବେବି ଅନ୍ୟର ସାହାଯ୍ୟ ପାଇଁ ବଡୁଛି ହାତ । କରୋନା ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ଖାତିର ନକରି ପରୋପକାର କରୁଛନ୍ତି ଅନେକ ବ୍ୟକ୍ତି ଯାହାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଖିଣ୍ଡା ଗ୍ରାମରେ ।

ମାନବିକତା ଦେଖାଇଲେ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗାଁ ଲୋକେ । ଟଙ୍କା ସଂଗ୍ରହ କରି ମୃତଦେହକୁ ସୁଦୂର ବିହାର ପଠାଇଲେ । ୪୭୫୬୦ ଟଙ୍କା ଚାନ୍ଦା କରି ଆମ୍ବୁଲାନ୍ସ ଯୋଗେ ବିହାର ପଠାଇଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ ବିହାରର ବଜରଙ୍ଗୀ ସାହୁ ୧୫ ବର୍ଷ ହେଲା ସେଠାରୁ ଆସି ସମ୍ବଲପୁର ଖିଣ୍ଡାରେ ଝାଲମୁଢି ବିକ୍ରି କରି ରୋଜଗାର କରୁଥିଲେ । ଶନିବାର ରାତ୍ରିରେ ସେ ସାପ କାମୁଡାରେ ପ୍ରାଣ ହରାଇଥିଲେ । ଫଳରେ ଖିଣ୍ଡା ଗାଁଲୋକେ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ୪୭୫୬୦ ଟଙ୍କା ଯୋଗାଡ କରିଥିଲେ । ଏଥିରେ ସେମାନେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ବଜରଂଙ୍ଗୀଙ୍କ ପରିବାରକୁ ମୃତଦେହ ପଠାଇଥିଲେ ।  ଏହା ସହ ସାଥିରେ ଶବ ସତ୍କାର ପାଇଁ କିଛି ପଇସା ମଧ୍ୟ ପଠାଇ ମାନବିକତାର ଉଦାହରଣ ଦେଇଛନ୍ତି  ।

   Related Posts