ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | July 03, 2020 IST

ନୂଆପଡା, ୦୩|୦୭ :   ନୂଆପଡା ଜିଲ୍ଲା ସିନାପାଲି ଥାନା କେନ୍ଦୁମୁଣ୍ଡା ଓ ଡ଼ଙ୍ଗରିଗୁଡା ଗାଁ ମଧ୍ୟସ୍ଥ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଯୁବକ ଜଣକ ହେଲେ ଡୁଙ୍ଗରିଗୁଡା ଗାଁର ଟିକେ ମାଝୀ(୨୩) । ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଗୁରୁବାର ଟିକେ ତାଙ୍କ ମାମୁଁ ଘରକୁ ଯାଇଥିଲେ । ରାତିରେ ଘରକୁ ଫେରି ଆସିଥିଲେ। ଶୁକ୍ରବାର ସକାଳୁ ଏକ ଗଛରେ ଟିକେଙ୍କ ମୃତଦେହ ଝୁଲୁ ଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଗାଁ ଲୋକେ ସିନାପାଲି ପୁଲିସକୁ ଖବର ଦେଇଥିଲେ। ମଧ୍ୟାହ୍ନରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସେପଟେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ଗୋଟିଏ ଗୋଡ ନଷ୍ଟ ହୋଇଥିବାରୁ କେମିତି ଗଛରେ ଚଢି ଆତ୍ମହତ୍ୟା କରିଲେ ବୋଲି ପରିବାର ଲୋକେ କହିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏବେ ସିନାପାଲି ପୋଲିସ ଘଟଣାର ବିଭିନ୍ନ ଦିଗ ଉପରେ ଛାନଭିନ୍ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.