ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

Published By : Prameya-News7 Bureau | September 08, 2020 IST

ବ୍ରହ୍ମପୁର, ୦୮|୦୯  : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ରାଜରାସ୍ତା ପାର୍ଶ୍ୱରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାନୁସାରେ, ମଙ୍ଗଳବାର ବ୍ରହ୍ମପୁର ହଳଦିଆପଦର ରାସ୍ତାରେ ଜଣେ ମହିଳାଙ୍କ ମୃତଦେହ ପଡିଥିଲା । ସ୍ଥାନୀୟ ଲୋକେ ପ୍ରଥମେ ମୃତଦେହକୁ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଗୋସାଣିନୂଆ ଗାଁ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.