ସଡକ ଦୁର୍ଘଟଣାରେ ଆରଟିଓ କର୍ମଚାରୀଙ୍କ ମୃତ୍ୟୁ ଘଟଣା : ୨୪ଘଣ୍ଟା ହେଲା ଚିକିତ୍ସାଳୟରେ ପଡିରହିଛି ମୃତଦେହ
13/11/2019 at 9:09 AM

କେନ୍ଦୁଝର ୧୨।୧୧: କେନ୍ଦୁଝରରେ ଜାତୀୟ ରାଜପଥ ର ପୋକରାପାଣି ନିକଟରେ ସଡକ ଦୁର୍ଘଟଣାରେ ଆରଟିଓ କର୍ମଚାରୀଙ୍କ ମୃତ୍ୟୁ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ହେଲା ପଡି ରହିଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ୨୦ନମ୍ବର ଜାତୀୟ ରାଜପଥର ପୋକରାପାଣି ନିକଟରେ ଗତକାଲି ଜୁନିୟର ଏମ୍ଭି ଆଇ କାହ୍ନୁଚରଣ ବାନାରା ଓ ଡ୍ରାଇଭର ଗାଡି ଯାଞ୍ଚ କରୁଥିବା ସମୟରେ ଅନ୍ୟପଟ ରାସ୍ତାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ବିଜୟ କୁମାର ମହାନ୍ତି ମୃତ୍ୟୁବରଣ କରିଥିଲେ । ପରେ ବିଜୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା , କିନ୍ତୁ ପରିବାର ଓ ଗାଁ ଲୋକେ କ୍ଷତି ପୂରଣ ଦାବୀ ରେ ଅଡ଼ି ବସିଛନ୍ତି । ଯାହାଫଳରେ କି ୨୪ଘଣ୍ଟା ହେଲା ହୋଇପାରୁନାହିଁ ଶବ ବ୍ୟବଚ୍ଛେଦ ।
Related Posts
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021
କିଏ ଓ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ ପୁରା ତାଲିକା
24 January 2021