ଜିନ୍ଦଲ ପଲେଟ ପ୍ଲାଂଟର ଫାଇନ୍ସ ଗଦାରୁ ମିଳିଲା ମୃତଦେହ : ଅଂଟାରୁ ମୁଣ୍ଡ ଯାଏଁ ପୋତି ହୋଇ ରହିଛି, ମହିଳା ସନ୍ଦେହ

Published By : Prameya-News7 Bureau | November 08, 2019 IST

ବଡବିଲ୮|୧୧: ଜିନ୍ଦଲ ଷ୍ଟିଲ୍ ପଲେଟ୍ ପ୍ଲାଂଟ ଫାଇନ୍ସ ଗଦାରୁ ମିଳିଲା ମୃତଦେହ । ଯୋଡ଼। ଥାନା ଦେଓଝର ଠାରେ ଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାଓବାର ଲିଃ ପଲେଟ ପ୍ଲାଂଟର ୨ନମ୍ବର ଫାଇନ୍ସ ଷ୍ଟାକ୍ (ଗଦା)ରୁ ଏହି ମୃତଦେହ ମିଳିଛି । ଆହି ମଧ୍ୟାହ୍ନରେ ୨ ନମ୍ବର ଫାଇନ୍ସ ଷ୍ଟାକରୁ ଲୋଡର ଦ୍ବାରା ଫାଇନ୍ସ ଉଠାଯାଉଥିବା ସମୟରେ ମୃତଦେହର ଅଂଟାଠାରୁ ଗୋଡ଼ ଯାଏଁ ଦେଖିବାକୁ ମିଳିଥତ୍ଲା । ଏନେଇ କମ୍ପାନୀ ପକ୍ଷରୁ ଯୋଡ଼। ଥାନାକୁ ଖବର ଦିଆଯିବା ପରେ ଯୋଡ଼। ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି ।

{"id":181148}

ମୃତଦେହଟି ଏବେବି ଅଂଟାଠାରୁ ମୁଣ୍ଡଯାଏ ପୋତି ହୋଇ ରହିଛି । ଠାବ ହୋଇଥିବା ମୃତଦେହଟି ଜଣେ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି । ତବେ ପ୍ଲାଂଟ୍ ଭିତରେ ଥିବା ଏହି ଫାଇନ୍ସ ଗଦାରେ ପୋତିହୋଇ ମୃତକର ମୃତ୍ୟୁ ଘଟିଛି ନା ଏହା ପଛରେ ଆଉ କଣ କାରଣ ରହିଛି ତାହା ଜଣାପଡି ନାହିଁ । ସେହିପରି ମୃତକ ପ୍ଲାଂଟର କେହି କର୍ମଚାରୀ କିମ୍ବା ଶ୍ରମିକ ନା ନାହିଁ ସେ  ନେଇ ତଦନ୍ତ ଚଳାଇଛି ପୋଲିସ । ତେବେ ଯାହା ବି ହେଉ କମ୍ପାନୀର ବେପାରୁଆ ମନୋଭାବ ଏବଂ ଢିଲା ସୁରକ୍ଷା ଯୋଗୁଁ ଏଭଳି ଏକ ଘଟଣା ଘଟିବା ପରେ ମଧ୍ୟ ଜଣାପଡିନଥିଲା । ପୋଲିସ ଘଟଣାର ଚଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.