ମଣିଜଙ୍ଗା-ଏରସମା ରାସ୍ତା ଇନ୍ଦ୍ରପା ପୋଲ ତଳୁ ଯୁବକଙ୍କର ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ
19/02/2019 at 8:37 PM

ଜଗତସିଂହପୁର ୧୯|୨: ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା-ଏରସମା ରାସ୍ତା ଇନ୍ଦ୍ରପା ପୋଲ ତଳୁ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରା ଯାଇଛି। ମୃତ ଯୁବକ କଟକ ଜିଲ୍ଲା ନାନପୁର ଗ୍ରାମର ବଂଶୀଧର ହୋତାଙ୍କ ପୁଅ ବୁଲୁ ଓରଫ ବଲବୀର ହୋତା । ବୟସ୨୯ବର୍ଷ ବୋଲି ଜଣାପଡିଛି। ମୃତ ବୁଲୁ ଗତକାଲି ବିଳମ୍ବିତ ରାତିରେ ସୁଜୁକି ବାଇକ ସହ କ୍ଷତାକ୍ତ ଅବସ୍ଥାରେ ରାସ୍ତାକଡ ପୋଲ ପାଖରେ ପଡିଥିବା ବେଳେ ତାକୁ୧୦୮ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଖବରପାଇ ତିର୍ତୋଲ ପୋଲିସ ମେଡିକାଲରେ ଶବ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି।ରାସ୍ତାକଡ ପୋଲତଳେ ବାଇକ ପଡିଥିବା ବେଳେ ରାସ୍ତା ଉପରେ ରକ୍ତ ଓ ସଂଦେହଜନକ ଭାବେ ବାଇକର ଭଙ୍ଗାରୁଜା ଅଶଂ ପଡିଛି।ତାର ବେକ ଧାରୁଆ ଅସ୍ତ୍ରରେ କଟିବା ପରି ଦେଖିବାକୁ ମିଳିଛି।

ବେକ ଛାତିରେ ଗଭୀର କ୍ଷତ ଦେଖିବାକୁ ମିଳିଛି।ରାସ୍ତା ଦୁର୍ଘଟଣା କି ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ସଂଦେହ ସୃଷ୍ଟି କରିଛି।ମୃତ ଯୁବକ ଜଣେ ବ୍ୟବସାୟୀ ବୋଲି ସଂପର୍କୀୟ କହୁଥିବା ବେଳେ ସେ ଅସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଚର୍ଚ୍ଚା ହେଉଛି।ମୃତ ଯୁବକ ବୁଲୁକୁ କେହି ଗତକାଲି ରାତି ଆଠଟାରେ ଫୋନ ଯୋଗେ ଡକାଇଥିଲେ।ଘଣ୍ଟାଏ ଭିତରେ ଫେରୁଛି ବୋଲି କହି ଆସିଥିଲା।ତାକୁ କେହି ହତ୍ୟାକରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି ।