ନିଖୋଜ ୪ ବର୍ଷର ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ଗାଁ ନିକଟ ଶାଗ ବିଲରୁ ଉଦ୍ଧାର

Published By : Prameya-News7 Bureau | May 11, 2018 IST

ନିଖୋଜ ଶିଶୁର ମୃତଦେହ ଉଦ୍ଧାର । ନିଖୋଜ ୪ ବର୍ଷର ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ଗାଁ ନିକଟ ଶାଗ ବିଲରୁ ଉଦ୍ଧାର କରାଯାଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପରା ଗାଁରେ । ଶଙ୍କର ଗଣ୍ଡ ଓ ରତୁଲାଙ୍କ ଏକମାତ୍ର ଶିଶୁ କନ୍ୟା ବୁଧବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା । ବାପ ମା ଉଭୟ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଝିଅର କୌଣସି ପତ୍ତା ମିଳି ନ ଥିଲା । ତେବେ ଗତକାଲି ଶାଗ କିଆରିରୁ ମୃତଦେହ ଉଦ୍ଧାର କରାଯାଇଛି । ପାଣି ମଡେଇବା ପାଇଁ ଥିବା ପାଣି ପାଇପ ତଳେ ଘୋଡା ହୋଇ ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ମୃତଦେହର ଜିଭ ଦୁଇକାନ କଟାଯାଇଥିଲା । ଏନେଇ କୁନ୍ଦାଇ ଥାନାକୁ ଖବର ଦେଇଥିଲେ ଗାଁ ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କୁନି ଝିଅର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହାତଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପଦଞ୍ଚି ଛାନଭିନ କରିଥିଲେ  । ହେଲେ କୁକୁର ଅପରାଧୀମାନଙ୍କର କୌଣସି ସନ୍ଧାନ ପାଇନଥିଲା । ତେବେ ଶିଶୁକନ୍ୟାର ଦେହରେ ଚେଙ୍କ ଚିହ୍ନ ଓ ଦୁଇ ଟି କାନ, ଜିଭ କଟାଯାଇଥିବାରୁ ଶିଶୁକନ୍ୟାକୁ ବଳି ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.