୨୩ ତାରିଖରୁ ନିଖୋଜ ଥିବା ରାଜମୋହନପୁରର ୭ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଜଂଗଲରୁ ଉଦ୍ଧାର, ହତ୍ୟା ସଂଦେହ

Published By : Prameya-News7 Bureau | January 03, 2019 IST

ଢେଂକାନାଳ ୩|୧: ହିନ୍ଦୋଳ ଥାନା ଅନ୍ତର୍ଗତ ରାଜମୋହନପୁର ନିକଟସ୍ଥ ଏକ ଜଂଗଲରୁ ଜଣେ ୧୨ ବର୍ଷ ବୟସର ନାବାଳିକାଙ୍କ ମୃତ ଦେହ ମିଳିଛି । ମୃତ ନାବାଳିକା ମୋହନପୁର ଗାଁର । ସେ ଗତ ୨୩ ତାରିଖରୁ ନିଖୋଜ ଥିଲେ । ଏ ସଂକ୍ରାନ୍ତରେ ପରିବାର ଲୋକେ ହିନ୍ଦୋଳ ଥାନାରେ ଏତଲା ମଧ୍ୟ ଦେଇଥିଲେ । ତେବେ ଆଜି ଗାଁ ନିକଟସ୍ଥ ଗୋଠମୁଣ୍ଡା ଜଂଗଲରୁ ଶବ ମିଳିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି ।

ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ । ଗତ ୨୩ ତାରିଖ ଦିନ ସ୍କୁଲ ଛୁଟି ଥିବାବେଳେ ସେ ପାଖ ନାଳକୁ ଯାଇଥିଲେ । ତେବେ ତା ପରଠୁ ତାଙ୍କର ଆଉ ପତ୍ତା ମିଳିନଥିଲା । ଘର ଲୋକେ ବିଭିନ୍ନ ସ୍ଥାନ ଖୋଜା ଖୋଜି କରି ନିରାଶ ହୋଇଥିଲେ । ଆଜି ଅପରାହ୍ନରେ ମୃତ ଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ନାବାଳିକା ନିଖୋଜ ଥିବା ସମ୍ପର୍କରେ ପୋଲିସକୁ ଦିଆଯାଇଥିବା ଏତଲା ଉପରେ ଯଦି ପୋଲିସ ପଦକ୍ଷେପ ଗ୍ରହଣ କରିଥାନ୍ତା ତାହେଲେ ହୁଏତ ନାବାଳିକାଙ୍କ ଜୀବନ ବଂଚିଯାଇଥାନ୍ତା ବୋଲି ଲୋକେ ଅଭିଯୋଗ କରିବା ସହ ନାବାଳିକାଙ୍କ ହତ୍ୟାକାରୀକୁ ଧରନ୍ତ ଧରିବା ପାଇଁ ଦାବିରେ ପରିବାର ଓ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।

{"id":70180}

 ୨୩ ତାରିଖରୁ ନିଖୋଜ ହୋଇଥିବା ଏହି ନାବାଳିକାଙ୍କୁ ଦିନେ କି ଦୁଇଦିନ ତଳେ ହତ୍ୟା କରାଯାଇଥିବା ଶବ ଦେଖିଲେ ଜଣା ପଡୁଛି । ତେବେ ୨୩ ତାରିଖରୁ ନାବାଳିକା ଆଜି ଯାଏ କୋଉଠି ଥିଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଅତିଶୀଘ୍ର ହତ୍ୟାକାରୀ ଗିରଫ ହେବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.