Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ହଜିଗଲା ମାନବିକତା : ପୁଣି ସାଇକେଲରେ ବୁହା ହେଲା ଶବ

18/01/2020 at 3:14 PM

କଳାହାଣ୍ଡି ୧୮।୦୧: ହଜିଗଲା ମାନବିକତା । ପୁଣି ଶବକୁ ଅସମ୍ମାନ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗୁଡା ଗାଁରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । କୁଷ୍ଠ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସାଇକେଲରେ ବୁହା ହୋଇଛି । ବନ୍ଧୁ ବାନ୍ଧବ  ଓ ସମ୍ପର୍କୀୟ କେହି ନଆସିବାରୁ ଶେଷରେ ସାଇକେଲରେ ବୁହା ହେଲା ଶବ ।  

ସୂଚନାଯୋଗ୍ୟ ଯେ, ବେହେରା ଗୁଡା ଗାଁର ସୁବାସ ଦର୍ବାନ (୫୦) ଦୀର୍ଘ ୪ ବର୍ଷ ହେଲା ମଧୁମେହ ରୋଗରେ ପଡିଥିଲେ । ପରେ ସେ କୁଷ୍ଠ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ତେବେ ଶୁକ୍ରବାର ରାତିରେ ସୁବାସଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କୁ ଲୋକେ ଘୃଣା କରିବା ସହ ଶବଦାହ ପାଇଁ କେହି ହେଲେ ସମ୍ପର୍କୀୟ ଓ ବନ୍ଧୁ, ବାନ୍ଧବ ଆସିଲେନାହିଁ।

ଶେଷରେ ସୁବାସଙ୍କ ଭାଇ ଓ କକା ସାଇକେଲରେ ଶବକୁ ବୋହି ଆଣି ଶବ ସତ୍କାର କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଆଧୁନିକ ଯୁଗରେ ଆଉ କେତେଦିନ ଆମେ ଏପରି ଅନ୍ଧ ବିଶ୍ବାସର ଅନ୍ଧ ଗଳି ବଞ୍ଚିରହୁଥିବା ।

   Related Posts