ଶ୍ମଶାନକୁ ଯିବା ପାଇଁ ଶବକୁ ମିଳିଲାନି କାନ୍ଧ
1/08/2018 at 12:56 PM

ହଜିଗଲା ମାନବିକତା । ଶ୍ମଶାନ ଯିବା ପାଇଁ ଶବକୁ ମିଳିଲାନି କାନ୍ଧ । ଶାଳୀର ଶବକୁ ସାଇକେଲରେ ବୋହି ଶ୍ମଶାନକୁ ନେଲେ ଭିଣୋଇ । ମୃତକ ହେଲେ ପାଞ୍ଚ ମହାକୁଡ । ବୌଦ୍ଧ ଜିଲ୍ଲା ବ୍ରହ୍ମଣପାଲି ପଞ୍ଚାୟତ କୃଷ୍ଣପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାଞ୍ଚ ମହାକୁଡ ବାହା ହୋଇନଥିଲେ । ବଡ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିଲେ । ତେବେ ବର୍ଷେ ହେଲେ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା । ଦୁଇ ଦିନ ତଲେ ଡାଇରିଆରେ ଆକ୍ରାନ୍ତ ହେବାରୁ ପଞ୍ଚୁଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବାସନ୍ଦ ହୋଇଥିବାରୁ କେହି କାନ୍ଧ ଦେବାକୁ ଆସିଲେନି । ତେଣୁ ବାଧ୍ୟ ହୋଇ ସାଇକେଲରେ ଶବ ନେଇ ଶ୍ମଶାନ ଗଲେ ଭିଣୋଇ
Related Posts
ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
28 January 2021
ବ୍ରହ୍ମପୁର: ବାରହା ଶିକାର ଲାଗି ବିଛା ଯାଇଥିଲା ଜାଲ, ଫସିଗଲା ବାଘ
28 January 2021
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ : ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ
28 January 2021