କୁଆଖାଇ ନଦୀ ପଠାରୁ ପୁଣି ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | June 19, 2018 IST

କୁଆଖାଇ ନଦୀ ପଠାରୁ ପୁଣି ଯୁବକଙ୍କ ମୃତଦେହ ଉଦ୍ଧାର । ବାଲିଅନ୍ତା ଥାନା ଗଡକଣ୍ଟଣିଆ ନିକଟରେ ମୃତଦେହ ପଡିଛି । ମୃତ ଯୁବକଙ୍କ ହାତ କଟାଯାଇଥିବା ଦେଖିବାକୁ ମିଳିଛି । ମୃତଦେହଟି ମୁହଁମାଡି ପଡିଛି । ଦେହରେ କଳା ରଙ୍ଗର ହାପ୍ ଗଞ୍ଜି ଥିବା ବେଳେ ଜିନ୍ସ ପିନ୍ଧିଛନ୍ତି । ପାଦରେ ଜୋତା ମଧ୍ୟ ଅଛି । ମୃତଦେହ ନିକଟରେ ଧଳା ରଙ୍ଗର ଏକ କାର୍ ରହିଛି । ସକାଳୁ ମୃତଦେହ ରଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ଯୁବକ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଗରାମ ଗାଁର ଚିନ୍ମୟ ଗୋଛାୟତ ବୋଲି ଜଣାପଡିଛି । ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.