Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଶାଶୁଘରକୁ ଘରକୁ କହି ଯାଇଥିଲେ ମିଳିଲା ମୃତଦେହ, ସ୍ବାମୀଙ୍କ ସହ ଥିଲା ମତାନ୍ତର

3/01/2020 at 4:30 PM

ସମ୍ବଲପୁର ୦୩।୦୧ : ବିବାହିତ ମହିଳାଙ୍କ ମୃତଦେହ ଠାବ ହୋଇଛି । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୋଦିପଡାର ଜୁରାବନ୍ଧ ନିକଟରୁ  ମୃତଦେହ ଠାବ କରାଯାଇଛି । ମୃତକ ମୋଦିପଡା ମାନିକମୁଣ୍ତା ଅଂଚଳର ଗିତା ଶର୍ମା  ବୋଲି ଜଣାପଡିଛି ।

 ଗିତା ଛତିଶଗଡର ରାୟଗଡା ‍‌‌ଅଞ୍ଚଳରେ ବିବାହ କରିଥିଲେ । ଗୀତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ସେ ଏକ  ମାସ ହେଲା   ସମ୍ଵଲପୁରରେ ଥିବା ନିଜ ମାଙ୍କ ଘରେ ରହୁଥିଲେ। ତାଙ୍କର  ସ୍ବାମୀ ତାଙ୍କ ଠାରୁ ଛୋଟ ଝିଅକୁ ବଳପୂର୍ବକ ନେଇ ଯାଇଥିବା ଅଭିଯୋଗ ହୋଇଛି । ଫଳରେ ସେ ମାନସିକ ଚାପରେ ରହିଆସୁଥିବା ପରିବାର ଲୋକେ କହିଛନ୍ତି । ଗତ ସୋମବାର ଦିନ ସ୍ବାମୀ ଘରକୁ ଯାଉଥିବା କହି ଯାଇଥିଲେ ଯେ, ଆଉ ଫେରି ନ ଥିଲେ ଗୀତା ।  ପରେ ଆଜି ତାଙ୍କ ଶବ ମିଳିବା ପରେ ପରିଵାର ଲୋକେ ଅନେକ ପ୍ରଶ୍ନ ଉଠାଇଛନ୍ତି ।   ଗୀତାଙ୍କୁ ହତ୍ୟା କରି ବନ୍ଧରେ ଫୋଫାଡି ଦିଆଯାଇଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

   Related Posts