ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ନିଖୋଜ ଥିବା ଛାତ୍ର ଅନୁଭବ ମହାନ୍ତିଙ୍କ ମୃତଦେହ ଉଦ୍ଧାର
19/11/2019 at 10:18 AM

ଜଳେଶ୍ବର ୧୯।୧୧: ବାଲେଶ୍ବର ଜିଲ୍ଲା ଡଗରା ବେଳାଭୂମି ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ ଘଟଣା । ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ସିଙ୍ଗଲା ଥାନା ଅସ୍ତି ଗାଁର ଅନୁଭବ ମହାନ୍ତି । ପୋଲିସ ଅନୁଭବଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଡାକ୍ତରଖାନାକୁ ପଠାଯାଇଛି ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ବେଳାଭୂମି ସମୁଦ୍ରକୁ ପାଞ୍ଚ ଜଣ କଲେଜ ଛାତ୍ର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧେଇବା ସମୟରେ ବୁଡିଯାଇଥିଲେ ପାଞ୍ଚ କଲେଜ ଛାତ୍ର । ଖବର ପାଇ ବାଲିଆପାଳ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଚାରିଜଣଙ୍କୁ ଉଦ୍ଧାର କରଯାଇଥିବା ବେଳେ ଜଣେ ଛାତ୍ର ଭାସିଯାଇ ନିଖୋଜ ଥିଲେ । ଆଜି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି