ମୁଖୀଗୁଡାରୁ ନାରାୟଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

Published By : Prameya-News7 Bureau | December 22, 2019 IST

କଳାହାଣ୍ଡି୨୨।୧୨: ମୁଖୀଗୁଡା ଇନ୍ଦ୍ରାବତୀ ଓଏଚପିସି ର ନିଖୋଜ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୁଖୀଗୁଡା ନିକଟରେ ଥିବା ଏୟାରଟେଲ ଟାୱାର ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":201192,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖ ରୁ ଅଫିସକୁ ଯାଇ ନିଖୋଜ ଥିଲେ । ବୁଧବାର ତାଙ୍କ ପତ୍ନୀ ସୁରେଖା ମେହେରଙ୍କ ପକ୍ଷରୁ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ରବିବାର ଦିନ ପରିବାର ପକ୍ଷରୁ କଳାହାଣ୍ଡି ଏସପିଙ୍କୁ ଭେଟି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଦାବି କରିଥିଲେ । କିନ୍ତୁ ଆଜି ନାରାୟଣଙ୍କ ମୃତଦେହ ଠାବ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.