ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | January 20, 2020 IST

ବଲାଙ୍ଗୀର ୨୦।୦୧: ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ମିଛାପାଲ୍ଲୀ ଗାଁର ଏକ ଚାଷ ଜମିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଆଲୋକ ନାଏକ ବୋଲି ଜଣାପଡିଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଚାଷ ଜମିରୁ ଆଲୋକଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଜ ପୁଅର ମୃତଦେହକୁ ଉଦ୍ଧାର କରି ତରଭା ମେଡିକାଲରେ ଭର୍ତ୍ତି କରିଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ଆଲୋକଙ୍କ ବେକରେ ଏକ କଟା ଦାଗ ଥିବା ଦେଖାଦେଇଛି। ପରିବାର ପକ୍ଷରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରଯାଇଛି । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରି ଜଣେ ଯୁବତୀଙ୍କୁ ଉଟକ ରଖି ପଚରାଉଚରା କରାଯାଉଥିବା ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.