ନୂଆବର୍ଷରେ ହତ୍ୟା : ଭୋଜି କରୁଥିବା ସମୟରେ ଡାକି ନେଇ ହତ୍ୟା !
1/01/2020 at 8:45 AM

ଭଦ୍ରକ ୦୧।୦୧: ନୂଆବର୍ଷ ରେ ହତ୍ୟା । ବଣଭୋଜି ଚାଲିଥିବା ବେଳେ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏମିତି ହତ୍ୟା ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଜଲଙ୍ଗା ଗାଁରୁ । ମୃତକ ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ ଗାଁ ପିଲା ଙ୍କ ସହ ରାତିରେ ବଣଭୋଜି କରୁଥିଲେ । ସେହି ଗାଁର ଜନୈକ ଯୁବକ ପ୍ରଶାନ୍ତ ବେହେରା ତାଙ୍କୁ ଭୋଜି ନିକଟରୁ କୌଣସି କାମର ବାହାନା ଦେଖାଇ ଡାକିନେଇଥିଲା । ଭୋଜି ପରେ ଗାଁ ପିଲା ଖୋଜାଖୋଜି କରିଥିଲେ । ପରେ ନିକଟସ୍ଥ ଏକ ପଡିଆରୁ ସତ୍ୟବ୍ରତଙ୍କ ମୃତଦେହ ମିଳିଥିଲା । ମୃତଦେହର ବେକରେ ଏକ ଚିହ୍ନ ଥିବା ଦେଖିବା ପାଇଁ ମିଳିଛି ।

ପ୍ରଶାନ୍ତ ବେହେରା ତାଙ୍କୁ ଡାକିନେଇଥିବା ବେଳେ ସେହି ଗାଁ ର ଅନ୍ୟ ଦୁଇଜଣ ଯୁବକ ହତ୍ୟା ରେ ସମ୍ପୃକ୍ତି ଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି ମୃତକଙ୍କ ସତ୍ୟବ୍ରତଙ୍କ ଦାଦା । ଭଦ୍ରକ ଗ୍ରାମ଼ାଞ୍ଚଳ ଥାନା ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।