ନିଖୋଜର ତିନିଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | December 11, 2019 IST

ଚାନ୍ଦବାଲି ୧୧।୧୨: ନିଖୋଜର ତିନିଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅମୃତପୁର ଗାଁରେ ଘଟିଛି ଏପରି ଘଟଣା । ମୃତକ ରତ୍ନାକର ଖୁଣ୍ଟିଆ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":196207,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅମୃତପୁର ଗାଁର ରତ୍ନାକର ଖୁଣ୍ଟିଆ ଗତ ୩ ଦିନ ହେଲା ନିଖୋଜ ଥିଲେ । କିନ୍ତୁ ଗତକାଲି ରାତିରେ ତିହିଡି ପୁରୁଣା ବଜାରସ୍ଥିତ ଏକ ପରିତ୍ୟକ୍ତ ଘରୁ ରତ୍ନାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ପରିବାର ପକ୍ଷରୁ ଦାବି କରିଛନ୍ତି । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.