ନଦୀ ପଠାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
27/01/2020 at 8:20 AM

କରଞ୍ଜିଆ ୨୭।୦୧: ନଦୀ କୂଳରେ ପଡିଛି ମୃତଦେହ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଜେଠମା ଗାଁ ନିକଟରେ ଥିବା ଭଣ୍ଡନ ନଦୀ ନିକଟରେ ପଡିରହିଛି ମୃଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚ ମୃତଦେହକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ନଦୀ କୂଳରେ ଅଜଣା ମହିଳାଙ୍କ ମୃତଦେହ ପଡିଥିବା ଲୋକମାନେ ଦେଖିବାକୁ ପାଇଥିଲା । ସ୍ଥାନୀୟଲୋକ ତୁରନ୍ତ ପୋଲିସକୁ ମୃତଦେହ ପଡିଥିବା ନେଇ ଖବର ଦେଇଥିଲେ । ତେବେ ପଡିଥିବା ମୃତଦେହଟି ନଦୀ କୂଳରେ ଥିବାରେ ଅଧା ପୋତି ହୋଇ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଛୟ ମିଳିପାରିନାହିଁ । ତେବେ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବା ବୋଲି ସୂଚନା ରହିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021