ପୁତୁରାକୁ ଧରି କୂଅକୁ ଡେଇଁ ହତ୍ୟା କଲା କକା, ଉଦ୍ଧାର କରିବା ପାଇଁ ଯିଏ ଆସିବା ତାକୁ ବି ହତ୍ୟା ଧମକ ଦେଲା କକା

Published By : Prameya-News7 Bureau | January 21, 2020 IST

କଣ୍ଟାବାଞ୍ଝି ୨୧।୦୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତାନା ଚୁଲିଫୁଙ୍କା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ସମ୍ପର୍କୀୟ ପୁତୁରାକୁ କୂଅରେ ପକାଇ ହତ୍ୟା କରିଛି କକା । ଘଟଣାସ୍ଥଳରେ ପୋଲିସ ଶବକୁ ଜବତ କରିବା ଛାନଭିନ୍‌ ଜାରି ରଖିଛି । ତେବେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି ।

{"id":214353,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବୃଦ୍ଧ ପୁତୁରା ଜଗଦାନନ୍ଦ ବେହେରା ତାଙ୍କ ଘର ପାଖରେ ଥିବା କୂଅ ନିକଟରେ ଛିଡ଼ା ହୋଇଥିଲେ । ସେହି ସମୟରେ ବାଙ୍କ ବେହେରା ଯିଏ କି ସମ୍ପର୍କରେ ରେ କକା ହେବ । ସେ ଜଗଦାନନ୍ଦଙ୍କୁ କୂଅ ରୁ ପାଣି ବାହାର କରିବାକୁ କହିଥିଲେ । ବୃଦ୍ଧ କୁଅ ରୁ ପାଣି ବାହାର କରିବା ସମୟ ରେ ପଛରୁ ଠେଲି କୂଅରେ ପକାଇ ଦେବା ସହ ନିଜେ ମଧ୍ୟ କୂଅକୁ ଡେଇଁପଡିଥିଲେ । ବୃଦ୍ଧ ଚିତ୍କାର କରିବା ପରେ ଆଖ ପାଖ ରେ ଥିବା ତାଙ୍କ ସଂପର୍କୀୟ ଜମା ହୋଇ କୂଅରୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ବାଙ୍କ ବୃଦ୍ଧଙ୍କୁ ପାଣି ରେ ଚାପି ଦେଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି ।

{"id":214354,"sizeSlug":"large"}

ଯିଏ କୂଅ ଭିତରକୁ ଆସିବାକୁ ଚେଷ୍ଟା କରିବା ତାକୁ ମଧ୍ୟ ହତ୍ୟା କରିବି ବୋଲି ବାଙ୍କ ଧମକ ଦେଲା ପରେ ଆଉ କିଏ କୁଅ ପାଖକୁ ଯିବାକୁ ସାହସ କରିନଥିଲେ । ପରେ ବଙ୍ଗୋମୁଣ୍ଡା ପୋଲିସ ଘଟଣା ର ଖବର ପାଇ ବଙ୍ଗୋମୁଣ୍ଡା ଦମକଳ ଵାହିନୀର ସାହାଯ୍ୟ ରେ ବୃଦ୍ଧଙ୍କ ମୃତ ଶରୀର କୁ ବାହାର କରିବା ସହ ବାଙ୍କଙ୍କୁ  ମଧ୍ୟ କୁଅରୁ ବାହାର କରି ଥାନାକୁ ନେଇ ଅଟକ ରଖିଛି । ବାଙ୍କଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ବେଳେ ୨୦୧୪ ରେ ଝଳିପଦର ଗାଁରେ ଜଣେ ନାବାଳକକୁ ଏକ ପୋଖରୀ ପାଣିରେ ଚାପି ହତ୍ୟା କରିଥିଲେ । ସେ ସମୟରେ ଏହା ନରବଳୀ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଏହି ଅଭିଯୋଗରେ ବାଙ୍କ ଜେଲ ମଧ୍ୟ ଯାଇଥିଲା ।

{"id":214355,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.