ନଦୀକୂଳରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର : କିଛିଦିନ ହେବ ନିଖୋଜ ଥିଲେ ଶିକ୍ଷକ

Published By : Prameya-News7 Bureau | November 05, 2019 IST

ବାଙ୍କି ୦୫।୧୧ : କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟ ମହାନଦୀ ତୁଠ ତଣ୍ଡିମୁଳ ନିକଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି

{"id":179308}

ସୂଚନା ଯୋଗ୍ୟ ଯେ, ବାଙ୍କୀ ସାହାଡାପଦା ଗାଁର ନିମାଇଁ ଚରଣ ମହାପାତ୍ର ଗତ କିଛି ଦିନ ହେଲା ନିଖୋଜ ରହିଥିଲେ । ଖମାରଙ୍ଗ ଗାଁ ନିକଟସ୍ଥ ତଣ୍ଡିମୁଳ ନିକଟରୁ ନିମାଇଁଙ୍କର ଗଳିତ ଶବ ସ୍ଥାନୀୟଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇଛି ।  ସିଂହନାଥପୁର ଇଉଜିଏମ ସ୍କୁଲରେ  ପ୍ରଧାନ ଶିକ୍ଷକ ଭାବେ  ମୃତ ନିମାଇଁ ଚରଣ  ମହାପାତ୍ର  କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ବାଙ୍କି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନଭିନ୍ ଜାରି ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.