ପାଟଣା ୮।୧୧ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁ ପୋଖରୀରେ ଭାସୁଛି ଜଣେ ମହିଳା ଙ୍କ ମୃତଦେହ । ମୃତକ ମହିଳା ସଅଁରାପଶି ଗାଁ ମଲ୍ଲି ମୁଣ୍ଡା ।
{"id":180745}ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁକୁ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେବାକୁ ଆସିଥିଲେ ମଲ୍ଲି ମୁଣ୍ଡା । ଆଜି ସକାଳୁ ଗାଁର କିଛି ଲୋକ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ମୃତ୍ୟର କାରଣ ଜଣା ପଡି ନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ।