ମହାକାଳପଡା ୨୭।୧୧: ପୋଖରୀରୁ ଜଣେ ବୃଦ୍ଧଙ୍କ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବଳିପାଳ ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ମୃତକ ବଳିପାଳ ଗାଁର ଦୟାନିଧି ପ୍ରଧାନ ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।
{"id":190625,"sizeSlug":"large"}ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ମୃତଦେହ ଭାସୁଥିବାର ଗାଁ ଲୋକ ଦେଖି ଉଦ୍ଧାର କରିଥିଲେ ।ମୃତକ ହେଉଛନ୍ତି ବଳିପାଳ ଗାଁର ଦୟାନିଧି ପ୍ରଧାନ । ଦୟାନିଧି ଙ୍କର ଦୁଇ ପୁ୍ଅ ଅଛନ୍ତି ।ବଡ ପୁଅ ସରତ ପ୍ରଧାନ ଜଣେ ଖେଳ ଶିକ୍ଷକ, ସେ ଘରଛାଡି ୧୦ରୁ୧୫ ବର୍ଷ ହେବକେନ୍ଦ୍ରାପଡା ରେ ରହୁଥିଲାବଳେ । ସାନପୁଅ ରାମଚନ୍ଦ୍ର ପାଖରେ ଦୟାନିଧି ରହୁଥିଲେ । ତେବେ ବଡପୁଅ ଶରତ ପ୍ରଧାନ ଥାନାରେ ଅଭିଯେଗା କରିଛନ୍ତି ଯେ, ଦୟାନିଧିଙ୍କୁ ୭୫ବର୍ଷ ହୋଇଛି । ତାଙ୍କୁ ସାନ ବୋହୁ ରଶ୍ମିତା ପ୍ରଧାନ ଓ ପଡୋଶୀ ମିଶିମିଶି ମାରି ପୋଖରୀ ଫିଙ୍ଗି ଥିବା ମହାକାଳାପଡା ଥାନାରେ ଅଭିଯୋଗ କରିଛନ୍ତି । ଦୟାନିଧି ଙ୍କର ଗୋଡ ବନ୍ଧା ହେବା ଓ ଅଣ୍ଡକୋଷରେ ରକ୍ତଶ୍ରାବ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ