ମଦଭାଟି ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
9/12/2019 at 8:28 AM

କଳାହାଣ୍ଡି ୦୯।୧୨: ମଦଭାଟି ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲତ ଧାମନପୁର ମଦଭାଟି ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ କେନ୍ଦୁଗୁଡା ଗାଁର ପ୍ରେମ ମାଝୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗୋଲାମୁଣ୍ଡା ବ୍ଲକ ଧାମନପୁର ମଦଭାଟି ନିକଟରୁ ପ୍ରେମ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ କେନ୍ଦୁଗୁଡା ଗାଁର ପ୍ରେମ ମାଝୀ । ପ୍ରେମ ମାଝୀଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ସାଇକେଲରୁ ପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ଭର୍ତ୍ତି କରିଛି ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021