ନିଖୋଜର ୪ ଦିନ ପରେ ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

Published By : Prameya-News7 Bureau | September 10, 2021 IST

ଜୟପୁର ୧୦।୯: ନିଖୋଜର ୪ ଦିନ ପରେ ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ। ମୃତ ଯୁବକ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟର ଲକ୍ଷ୍ମଣ ଗୌଡ। ଲକ୍ଷ୍ମଣ ଗତ ୬ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ । ଆଉ ଗୁରୁବାର ସ୍ଥାନୀୟ ପୋଖରୀ ତାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଶବ ଠାବ ହେବାର ୧୨ ଘଣ୍ଟା ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲକ୍ଷ୍ମଣଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି। ନିଖୋଜ ପରେ ଲକ୍ଷ୍ମଣ ସେହି ଦିନ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା କିଛି ଲୋକ ଦେଖିଥିବା କହିଛନ୍ତି। ଆଉ ମନ୍ଦିର କାନ୍ଥରେ ରକ୍ତ ଛିଟା ଲାଗିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ବି ରହିଛି । ତେଣୁ ଏହାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.