ମରିଯାଇଛି ମାନବିକତା ; ଶବକୁ ମିଳିଲା ନାହିଁ କାନ୍ଧ

Published By : Prameya-News7 Bureau | August 10, 2018 IST

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକର ବରପାଲି ଗାଁରେ । ବରଦାପାଳ ଗାଁର ୫୫ ବର୍ଷୀୟ ଦୁଃଶାସନ ବେହେରା ମୂଲ ମଜୁରୀ ଲାଗି ତାଙ୍କର ପରିବାର ପ୍ରତି ପୋଷଣ କରୁଥିଲେ । ହେଲେ ତାଙ୍କ ପରିବାର କୁ ସତେ ଯେମିତି କାହାର ନଜର ଲାଗିଗଲା ଓ ସେ କର୍କଟ ରୋଗରେ ପୀଡିତ ହେଲେ । ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଚିକିତ୍ସା ହେଲେ , କିଛି ଲାଭ ହେଲା ନାହିଁ । ସେ ଆଉ ଆରୋଗ୍ୟ ହୋଇ ପାରିବେ ନାହିଁ କହି କଟକ ତାଙ୍କୁ ଫେରାଇ ଦେଲା । ଶେଷରେ ଚଳିତ ମାସ ୩ ତାରିଖ ବିଳମ୍ବିତ ରାତିରେ ସେ ଘରେ ଥିବା ବେଳେ ହଠାତ ତାଙ୍କର ବାନ୍ତି ହୋଇଥିଲା ଓ ବାନ୍ତିରେ ପୋକ ମଧ୍ୟ ପଡିଥିଲା ଓ କିଛି ସମୟ ପରେ ତାଙ୍କର ମୃତ୍ୟ ହୋଇଯାଇଥିଲା । ଏହା ପରେ ତାଙ୍କର ଏକ ମାତ୍ର ପୁଅ ପ୍ରଦୀପ ବେହେରା ବାପା ଙ୍କ ମୃତ ଦେହ ଶ୍ମଶାନ କୁ ନେବାକୁ ରାତି ସାରା ଗାଁ ଲୋକ ଙ୍କୁ ଡାକି ଡାକି ଥକି ଗଲେ ହେଲେ କେହି ଆସିଲେ ନାହିଁ ଓଲଟା ମାଛିଆ ପାତକ ହେଇଛି କହି କେହି ମୃତ ଦେହକୁ କାନ୍ଧ ଦେଲେ ନାହିଁ । ଶେଷରେ ପ୍ରଦୀପ ରାତା ରାତି ନିଜେ କୋକେଇ ତିଆରି କରି ଅଷ୍ଟମ ଶ୍ରେଣୀ ରେ ପଢୁଥିବା ତାଙ୍କର ପିଇସି ପୁଅ କୁ ଡାକି ଦୁଇ ଜଣ ମିଶି କାନ୍ଧ ଭାରରେ ଶ୍ମଶାନ କୁ ନେଇ ପୋଡିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.