ମେଡିକାଲ ପରିସରରେ ପଡି ରହିଛି ମୃତଦେହ, ହୋଇପାରୁନି ବ୍ୟବଚ୍ଛେଦ

Published By : Prameya-News7 Bureau | August 01, 2019 IST

କରଞ୍ଜିଆ ୧|୮: କରଞ୍ଜିଆ ମେଡିକାଲ ପରିସରରେ ପଡି ରହିଛି ମୃତଦେହ । ବ୍ୟବଚ୍ଛେଦ ହୋଇନପାରି ୧୨ ଘଣ୍ଟାରୁ ଅଧିକ ହେଲା ପଡି ରହିଛି ଶବ ।

{"id":139539}

ସୂଚନାଯୋଗ୍ୟ ଯେ, ଗତକାଲି ଦୁର୍ଘଟଣାରେ ଲକ୍ଷ୍ମୀକାନ୍ତ ବିରୁଆ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ରରୁଆଁ ନିକଟ ଜରିପଦାର ନିକଟରେ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କୁ କରଞ୍ଜିଆ ମେଡିକାଲରେ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଓ ପରିବାର ଲୋକେ ପହଞ୍ଚି ପାରିନଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରୁନାହିଁ । ଫଳରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ହେଲା ପଡି ରହିଛି ଶବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.