ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ: ହୋଇପାରିଲାନାହିଁ ଶବ ବ୍ୟବଚ୍ଛେଦ

Published By : Prameya-News7 Bureau | November 09, 2019 IST

ସୋର ୯।୧୧: ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ ମଙ୍ଗଳପୁର ବାଘଆମ୍ପୁଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମେଡିକାଲରେ ଶବ ବ୍ୟବଚ୍ଛେଦରେ ବିଳମ୍ବ ହେବାରୁ ମେଡିକାଲ ବାରଣ୍ଡାରେ ରାତିତମାମ ବର୍ଷାରେ ଭିଜିଲେ ପରିବାରଲୋକ।  

{"id":181359}

ସୂଚନାଯୋଗ୍ୟ ଯେ, ମଙ୍ଗଳପୁର ବାଘଆମ୍ପୁଡି ଗାଁରେ  ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ସେହି ଗାଁର ବାବୁଲି ବିନ୍ଧାଣୀଙ୍କ ପୁଅ ଜାଗର । ଶୁକ୍ରବାର ଜାଗର ଅଟା ଆଣିବାକୁ ଗାଁ ଦୋକାନକୁ ଯାଇଥିଲା , ସେହି ସମୟରେ ରାସ୍ତାରେ ବିଦ୍ୟୁତ ତାର ଛିଡି ପଡିଥିଲା । ଜାଗର ରାସ୍ତାରେ ପଡିଥିବା ବିଦ୍ୟୁତ ତାରକୁ ଗୋଡରେ ଆଡେଇ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ।

{"id":181362}

ପରିବାର ଲୋକେ ପୁଅର ମୃତଦେହ ସୋର ମେଡିକାଲକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସର ସହାୟତା ଲୋଡିଥିଲେ। କିନ୍ତୁ ସଂଧ୍ୟା ହେବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ପୁଅର ମୃତଦେହ ସେମିତି ପଡିରହିଥିଲା ।  ବାତ୍ୟାର ବୁଲବୁଲର ପ୍ରଭାବରେ ବର୍ଷା ହେଉଥାଏ, କିନ୍ତୁ ବର୍ଷା ମାଡକୁ ଖାତିର ନକରି ସେମିତି ମେଡିକାଲ ବାରଣ୍ଡାରେ ବସିରହିଥିଲେ ପରିବାର ଲୋକ । ନିଜ ସ୍ବାମୀଙ୍କ ମୃତଦେହ ପାଖରେ ବସି ପତ୍ନୀ କାନ୍ଦୁଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଥିଲା ।

{"id":181361}

ଗତ କିଛି ବର୍ଷ ତଳେ ସୋର ମେଡିକାଲ ପରିସରରେ ରେଳବାଇ ପୋଲିସ ମୃତଦେହକୁ ଅସମ୍ମାନ କରିବା ଘଟଣା ସାମ୍ନାକୁ ଆସିଥିଲା । ରେଳବାଇ ପୋଲିସ ଶବର ଗୋଡ ଭାଙ୍ଗି ଅଖାରେ ଭର୍ତ୍ତି କରି ବୋହି ନେଉଥିବାର ଦୃଶ୍ୟ ମନରୁ ଲିଭି ନଥିବା ବେଳେ ପୁଣି ବର୍ଷାକୁ ଖାତିର ନକରି ଶବ ନିକଟରେ ଆତ୍ମୀୟମାନେ ଶୋଇ ରହିବା ଘଟଣା ସାମ୍ନାକୁ ଆସିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.