Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

କୋର୍ଟ ଘୋଷଣା କରିଥିଲେ ମୃତ, ଜୀବିତ ଦର୍ଶାଇବାକୁ ୩ ବର୍ଷ ହେଲା ସଂଘର୍ଷ ଜାରି ରଖିଛନ୍ତି ମହିଳା

16/01/2021 at 4:38 PM

ନୂଆଦିଲ୍ଲୀ ୧୬/୦୧: ମୁଁ ମରିନି, ବଞ୍ଚିଛି। ଏହାକୁ ପ୍ରମାଣ କରିବା ପାଇଁ ଜଣେ ମହିଳା ୩ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି। କରୋନା ମହାମାରୀ ପାଇଁ ଲୋକେ ୭-୮ ମାସ ଲକ୍‌ଡାଉନ୍‌ରେ ରହିଲେ । କିନ୍ତୁ ମହିଳାଜଣଙ୍କ କୁହନ୍ତି ସେ ୩ ବର୍ଷ ହେଲା ଲକ୍‌ଡାଉନ୍‌ରେ ରହିଛନ୍ତି। ୩ ବର୍ଷ ତଳେ ତାଙ୍କୁ କୋର୍ଟ ମୃତ ଘୋଷଣା କରିଦେବା ପରେ ତାଙ୍କୁ ରାତିରେ ଭଲ ଭାବେ ନିଦ ହେଉନାହିଁ ବୋଲି ସେ କହିଛନ୍ତି। ତେବେ ସେ ବଞ୍ଚିଛନ୍ତି ବୋଲି ପ୍ରମାଶ କରିବାକୁ ଏବେ ବି କୋର୍ଟକୁ ଦୌଡ଼ୁଛନ୍ତି।

ଫ୍ରାନ୍ସର ଲୟନରେ ଏହି ଘଟଣା ଘଟିଛି। ସେଣ୍ଟ ଜୋସେଫ ନାମକ ଏକ ଛୋଟିଆ ସ୍ଥାନ ଯେଉଁଠି ପ୍ରାୟ ୨୦୦୦ ଲୋକ ବାସ କରନ୍ତି। ସେମାନଙ୍କ ସହ ସେଠାରେ ନିଜ ପରିବାର ସହ ରୁହନ୍ତି ୫୮ ବର୍ଷୀୟା ଜାନେ ପାଉଚେନ୍‌। ନଭେମ୍ବର ୨୦୧୭ରେ ପ୍ରାନ୍ସର ଏକ କୋର୍ଟ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁସାରେ ଜଣେ ପୂର୍ବତନ କର୍ମଚାରୀଙ୍କ ସହ ପାଉଚେନ୍‌ଙ୍କ ମତାନ୍ତର ଚାଲିଥିଲା। ଏହା ପରବର୍ତ୍ତୀ ସମୟରେ କୋର୍ଟରେ ପହଞ୍ଚିଥିଲା। କିନ୍ତୁ ପାଉଚେନ୍‌ଙ୍କ ପାଖରେ କୌଣସି ପ୍ରମାଣପତ୍ର ନଥିଲା। ଏହାର ଫାଇଦା ନେଇ ସମ୍ପୃକ୍ତ କର୍ମଚାରୀ କୋର୍ଟରେ ସେ ମୃତ ବୋଲି ପ୍ରମାଣ କରାଇଦେଇଥିଲେ। ପରେ ଜଜ୍ କିଛି ପ୍ରମାଣପତ୍ର ନଦେଖି ପାଉଚେନ୍‌ଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଫ୍ରାନ୍ସର ଏକ ଖବର କାଗଜକୁ ସୂଚନା ଦେଇଛନ୍ତି ମହିଳା।

ଦିନେ ପାଉଚେନ୍‌ ଘରେ ଥିବା ବେଳେ କେହି ଜଣେ କବାଟ ଖଟ ଖଟ କରି ତାଙ୍କ ସ୍ବାମୀଙ୍କୁ କିଛି କହୁଥିବାର ଶୁଣିଥିଲେ। ଜଣେ ସରକାରୀ ଅଧିକାରୀ ତାଙ୍କ ସ୍ବାମୀ ଓ ପୁଅଙ୍କୁ କହିଥିଲେ ଯେ, ସେମାନଙ୍କୁ ସମ୍ପୃକ୍ତ କର୍ମଚାରୀଙ୍କୁ କ୍ଷତି ପୂରଣ ଦେବାକୁ ପଡ଼ିବ କାରଣ ପାଉଚେନ୍‌ ଜୀବିତ ନାହାନ୍ତି। ଏହା ଶୁଣିବା ପରେ ପାଉଚେନ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।୨୦୧୭ରୁ ଏବେ ଯାଏଁ ଜୀବିତ ଥିବା ନେଇ ପ୍ରମାଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି ପାଉଚେନ୍‌। ତେବେ ତାଙ୍କ ଓକିଲ ଏହି ମାମଲାକୁ ସମାଧାନ ଖୁବ ଶୀଘ୍ର କରିବେ ବୋଲି କହିଛନ୍ତି ପାଉଚେନ୍‌।

ସେ ଡାକ୍ତରଙ୍କ ପାଖକୁ ଯାଇ ଜୀବିତ ଥିବା ନେଇ ସାର୍ଟିଫିକେଟ୍‌ ବାହାର କରିଥିଲେ କିନ୍ତୁ ତାହା କୋର୍ଟରେ ଗ୍ରହଣୀୟ ହେବ ନାହିଁ। କାରଣ ଏହା କୋର୍ଟର ନିୟମ ବାହାରେ ବୋଲି ମହିଳାଜଣଙ୍କ କହିଛନ୍ତି। ତେବେ ଏହି ମାମଲାରେ ପ୍ରଥମ ଶୁଣାଣି ସୋମବାର ହୋଇଥିବା ବେଳେ ମହିଳାଙ୍କ ଓକିଲ ତଥ୍ୟ ପ୍ରମାଣ ଦେବାକୁ ଅସମର୍ଥ ହୋଇଥିଲେ। ସେପଟେ ଏଭଳି ପରିସ୍ଥିତି ପାଇଁ ବହୁତ ଦୁଃଖରେ ଅଛନ୍ତି ମହିଳା। ସମସ୍ତଙ୍କ ପାଇଁ ଲକ୍‌ଡାଉନ୍‌ ୩ ମାସ ହୋଇଥିଲା କିନ୍ତୁ ମୋ ପାଇଁ ୩ ବର୍ଷ ହେଲା ଲକ୍‌ଡାଉନ୍‌ ଲାଗି ରହିଛି। ମୋତେ କେହି ସାହାଯ୍ୟ କରୁନାହାନ୍ତି ବୋଲି କହିଛନ୍ତି ପାଉଚେନ୍‌। ଏବେ ବି ନିଜକୁ ଜୀବିତ ଦର୍ଶାଇବା ପାଇଁ ସେ ସଂଗ୍ରାମ ଜାରି ରଖିଛନ୍ତି ।  

   Related Posts