ମଧ୍ୟାହ୍ନ ଭୋଜନରୁ ବାହାରିଲା ମଲା ମୂଷା

Published By : Prameya-News7 Bureau | December 03, 2019 IST

ଲକ୍ଷ୍ମୌ ୦୩।୧୨-  ମଧ୍ୟାହ୍ନ ଭୋଜନରୁ ବାହାରିଲା ମଲା ମୂଷା। ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଖାଦ୍ୟ ଖାଇ ୯ ଜଣ ଛାତ୍ର ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଛାତ୍ରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ବେସିକ୍ ଶିକ୍ଷା ମନ୍ତ୍ରୀ ସତୀଶ ଦ୍ବିବେଦୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ଯୋଗାଣ କରୁଥିବା ଏନଜିଓ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମୁଜାଫରନଗରର ପଞ୍ଚେଡ଼ା ଇଲାକାରେ ଥିବା ଜନତା ଇଣ୍ଟର କଲେଜରେ ଏହି ଘଟଣା ଘଟିଛି। ଘଟଣା ଜଣାପଡ଼ିବା ପରେ ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ମଧ୍ୟାହ୍ନ ଭୋଜନ ସୁରକ୍ଷାକୁ ନେଇ ଡିସେମ୍ବର ୧୧ରେ ୟୁପି ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.