ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି : ୨୮ଛାତ୍ରଛାତ୍ରୀ ହେଲେ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
26/10/2019 at 4:22 PM

ଭଣ୍ଡାରାପୋଖରୀ ୨୬|୧୦: ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ଏହି ମଧ୍ୟାହ୍ନଭୋଜନ ଖାଇ ବିଦ୍ୟାଳୟର ୨୮ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ।

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବେଳେ କେତେକ ପିଲା ଖାଇସାରିବା ପରେ ପିଲାମାନେ ଖାଦ୍ୟରେ ମଲା ଝିଟିପିଟି ଦେଖିଥିଲେ । ଯେଉଁ ଛାତ୍ରଛାତ୍ରୀ ଖାଦ୍ୟ ଖାଇଥିଲେ ସେମାନଙ୍କ ମଧ୍ୟରୁ ୨୮ ଜଣ ଅସୁସ୍ଥ ହୋଇଛନ୍ତି ।

ଗାଁଲୋକେ ଘଟଣା ବିଷୟରେ ଜାଣିବା ପରେ ବିଦ୍ୟାଳୟ ପରିସରରେ ହୋହାଲ୍ଲା କରିଥିଲେ । ଭୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଦେଇଥିବା ସୂଚନା ମିଳିଛି ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021