Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଆଉ ତିନି ମାସ ବଢିଲା ମଟରଯାନ କାଗଜପତ୍ର ଯାଞ୍ଚ ଡେଡ୍ ଲାଇନ୍- ସୂଚନା ଦେଲେ ପରିବହନ ମନ୍ତ୍ରୀ

28/11/2019 at 3:36 PM

ଭୁବନେଶ୍ୱର ୨୮।୧୧ – ଟ୍ରାଫିକ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ତନି ମାସ ବୃଦ୍ଧି ପାଇଛି । ବିଧାନ ସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିଶେଷକରି ଚାଲାଣ କାଟିବା ପ୍ରସଙ୍ଗରେ ଭୁବନେଶ୍ବର ରାଜମହଲ ଛକକରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ଖଣ୍ଡ ଯୁଦ୍ଧ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗାଡି ଚାଳକମାନଙ୍କୁ କାଗଜପତ୍ର ଠିକ୍ କରିବା ଲାଗି ୩ମାସ ସମୟ ଦେଇଥିଲେ । ଡିସେମ୍ବର ୧ ତାରିଖକୁ ଏହି କଣ୍ଟ ପୂରିଥିଲା । ଫଳରେ ଡିସେମ୍ବର ୧ ତାରିଖରୁ ପୁଣି ଏହି ଆଇନକୁ କଡାକଡି କରାଯିବ ବୋଲି ଆଲୋଚନା ହେଉଥିଲା । ମାତ୍ର ପୁଣି ଏହାକୁ ତିନିମାସ ପାଇଁ କୋହଳ କରାଯାଇଛି । ତିନିମାସ ମଧ୍ୟରେ ଅଧିକ ଲୋକ ଲଗାଇ ସମସ୍ତ କାଗଜପତ୍ର ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଥିବା ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡକୁ ଦେଖିଲେ ଲାଗୁଛି ଯେ ଏହି ତିନି ମାସ ମଧ୍ୟରେ ଲୋକଙ୍କର କାଗଜପତ୍ର କାମ ସରିନାହିଁ ।

ମାତ୍ର ନିଶାଗ୍ରସ୍ତ ଭାବେ ଗାଡି ଚଳାଇଲେ , ହେଲମେଟ୍‌ ନପିନ୍ଧିଲେ ଟ୍ରାଫିକ୍‌ ଆଇନ ଉଲ୍ଲଘଂନ କଲେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts