ସେନ୍ସର ଲାଗିଥିବା ମୃତ କୁମ୍ଭୀର ନାଳରୁ ଉଦ୍ଧାର, ଲୋକେ ଭୟଭୀତ

Published By : Prameya-News7 Bureau | August 20, 2019 IST

ବାଙ୍କୀ ୨୦|୮:  ବାଙ୍କୀ ଥାନା ଆନନ୍ଦପୁର ଗ୍ରାମ ନିକଟ ଏକ ନାଳରୁ ଗୋଟିଏ ମୃତ କୁମ୍ଭୀର ଉଦ୍ଧାର ହୋଇଛି । ନାଳଟି ଅଂଶୁପା ହ୍ରଦରୁ ମହନଦୀକୁ ସଂଯୋଗ ରହିଥିବାରୁ ବନ୍ୟ। ପାଣିରେ ଉଠି ଆସିଥିବା ବେଳେ ମାଛ ଧରାଳିଙ୍କ ହାବୁଡ଼ରେ ପଡିଥିଲା ।

{"id":146563}

କୁମ୍ଭୀରକୁ ଉଦ୍ଧାର କରି ଗାଁଲୋକ ବନବିଭାଗକୁ ଖବର ଦେଇଥିଲେ । ହେଲେ ବନବିଭାଗ ଆସି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

{"id":146564}

ମୃତ କୁମ୍ଭୀର ଦେହରେ ଏକ ସେନ୍ସର ଲାଗିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ କୁମ୍ଭୀରଟିର ମୃତ୍ୟୁ ହୋଇଛି ତାହା ଜଣାପଡିନି । ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.