Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମଦ ବୋତଲ ଖୋଲୁ ଖୋଲୁ ବାହାରିଲା ମଲା ଅସରପା, ନକଲି ଅଭିଯୋଗ ପରେ ଲୁଚେଇ ବୋତଲ ଭାଙ୍ଗିଲେ ଦୋକାନୀ

4/11/2020 at 3:27 PM

ଭଦ୍ରକ ୪।୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣିର ଶାଶୁଭୁଆସୁଣୀ ଜେଟି  ନିକଟରେ ରାସ୍ତା  କଡ଼ରେ ଥିବା ବିଦେଶୀ  ଠିପି  ବନ୍ଦ  ସରକାରୀ  ମଦ  ଦୋକାନରେ  ତୀବ୍ର  ଉତ୍ତେଜନା  ପ୍ରକାଶ  ପାଇଛି । 

ରବିବାର  ଅପରାହ୍ନ  ସମୟରେ  ସ୍ଥାନୀୟ  ଅଂଚଳର ଦୁଇ ଜଣ  ଯୁବକ ଉକ୍ତ ମଦ ଦୋକାନରୁ ଦୁଇଟି ମଦ ବୋତଲ କିଣିଥିଲେ । ବୋତଲ ଖୋଲି ଦେଖିଲା ବେଳକୁ ବୋତଲ  ଭିତରେ ମଲା  ଅସରପା ଦେଖିବାକୁ  ମିଳିଥିଲା । ଏ ନେଇ ଲିଖିତ ଏତଲା ଦିଆଯାଇଛି । ଦୋକାନରେ ମିଶ୍ରଣ  ହେଉଥିବା ସନ୍ଦେହ କରି  ଦୋକାନ କର୍ମଚାରୀଙ୍କୁ  ପଚାରିବାରୁ କର୍ମଚାରୀ ନିଜ ଦୋକାନ ଭିତରେ ଥିବା ମିଶ୍ରଣ ମଦକୁ ନିଜେ ବାଡେଇ ଭାଙ୍ଗି ଦେଇଥିବାର ଲୋକମାନେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ମହିଳାମାନଙ୍କର କହିବା କଥା ଯେ, ମଦ ପିଇ କିଛି ଲୋକ  ଅଶ୍ଳୀଳ ଗାଳିଗୁଲଜ କରୁଛନ୍ତି । ତେଣୁ ରାସ୍ତା  ପାଖରେ ମଦ ଦୋକାନ ହେଇଥବାରୁ ଝିଅ ବୋହୁ ଯିବା ଆସିବା  କରିବା ଅସମ୍ଭବ ହେଉଛି । ବାସୁଦେବପୁର  ଅବକାରୀ  ଅଫିସ  ନାମକୁ ମାତ୍ର ଥିଲା ବେଳେ କାର୍ଯ୍ୟ ଶୂନ । ଚୂଡ଼ାମଣି ସାମୁଦ୍ରିକ ଥାନା  ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଲୋକଙ୍କୁ  ବୁଝାସୁଝା କରି ଘଟଣା  ଉପରେ  ନଜର  ରଖିଛି ।

   Related Posts