ଶିକ୍ଷା ବିଭାଗରେ ଏ କ'ଣ ଚାଲିଛି ? ଅଢେଇ ମାସ ତଳେ ମୃତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଏବେ କରାଯାଇଛି ବଦଳି

Published By : Prameya-News7 Bureau | November 19, 2020 IST

ଜୟପୁର ୧୯।୧୧: କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି । ମୃତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନାଁ ବଦଳି ତାଲିକାରେ ପ୍ରକାଶ ପାଇଛି । ଯାହାକୁ ନେଇ ଶିକ୍ଷା ବିଭାଗରେ କାମ କେମିତି ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବ୍ଲକ୍ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କର ଗତ ୨୦ ତାରିଖରେ ମୃତ୍ୟୁ ହୋଇଥିଲା । ସେ କୋଭିଡରେ ଆକ୍ରାନ୍ତ ହେବାପରେ ବିଶାଖାପାଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁକୁ ୩ ମାସ ପୁରିବାକୁ ଯାଉଥିବା ବେଳେ ଚଳିତ ମାସ ୧୬ ତାରିଖରେ ଶିକ୍ଷା ବିଭାଗର ଏକ ବଦଳି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କି ମୃତ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ବୋରିଗୁମ୍ମା ବ୍ଲକରୁ କୁନ୍ଦ୍ରା ବ୍ଲକର ଶିକ୍ଷା ଅଧିକାରୀ ଭାବେ ବଦଳି କରାଯାଇଥିବା ଦର୍ଶାଯାଇଛି ।

ଯେଉଁ ଶିକ୍ଷା ବିଭାଗ ବୋରିଗୁମ୍ମା ବ୍ଲକ୍ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ମୃତ୍ୟୁର ୧୫ ଦିନ ପରେ କୋରାପୁଟ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଥିଲେ କିଭଳି ଏବେ ତାଙ୍କ ନାଁ ବଦଳି ତାଲିକାରେ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗର ଏଭଳି ଖାମଖିଆଲ ନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ସମାଲୋଚନା ଜୋର ଧରିଛି ।

{"id":364145,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.