କେନ୍ଦୁଝର ୧୯/୦୯ : କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପୋଖରୀରୁ ବାଇକ ସହ ଆରୋହୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସଦର ଥାନା ମଇଦାନକେଲ ଗାଁ ରାସ୍ତା କଡରେ ଥିବା ଏକ ପୋଖରୀରୁ ଶନିବାର ସକାଳୁ ଏକ ନାଲି ରଙ୍ଗର ମୋଟର ସାଇକେଲ ସହ ଜଣେ ଯୁବକଙ୍କର ମୃତ ଦେହ ଭାସୁଥିବାର ଗାଁ ଲୋକେ ଦେଖିଥିଲେ । ଗାଁ ଲୋକେ ତୁରନ୍ତ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନୀଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତକ ଜଣକ ହଲେ ସେହି ମଇଦାଲକେଲ ଗାଁର ଭରତ ମହନ୍ତ । ସେ ଗତକାଲି ରାତିରେ ମୋଟର ସାଇକେଲରେ ନିଜ ଘରକୁ ଫେରୁଥୁବା ବଳେ ଭାରସାମ୍ୟ ହରାଇ ପୋଖରୀରେ ପଡି ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...