ପୁଣି ଶବକୁ ଅସମ୍ମାନ, ଡଷ୍ଟବିନ ଟ୍ରଲିରେ ବୁହାହେଲା ଶବ
4/06/2018 at 10:10 AM

ପୁଣି ଶବକୁ ଅସମ୍ମାନ, ଡଷ୍ଟବିନ ଟ୍ରଲିରେ ବୁହାହେଲା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ହରିଶ୍ଚନ୍ଦ୍ର ଯୋଜନାରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସୋରରେ ଏହାର ବିପରୀତ ଦେଖିବାକୁ ମିଳିଛି । ଗତ ୧ତାରିଖ ଦିନ ତୁଡିଗଡିଆ ବେଲଦା ଛକରେ ଜଣେ ବୃଦ୍ଧା ମୃତ ଅବସ୍ଥାରେ ପଡିଥିବା ବେଳେ ୧୦୮ ଆମ୍ବୁଲାନସ୍ ମହିଳା ଜଣକୁ ଆଣି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେହିଦିନ ତାଙ୍କର ମୃତ୍ୟୁ ଘଟିଥିଲା । ପରିଚୟ ନମିଳିବାରୁ ଦିର୍ଘ ୩ଦିନ ଧରି ଡାକ୍ତରଖାନାରେ ପଡିରହିବା ପରେ ସୋର ପୋଲିସ ବୃଦ୍ଧାଙ୍କ ମୃତ ଦେହକୁ ସୋର ପୌରପାଳିକାକୁ ହସ୍ତାନ୍ତର କରିଥିଲେ । ପୌରପାଳିକା କର୍ମଚାରୀ ବୃଦ୍ଧାକୁ ଡଷ୍ଟବିନ ଟଲିରେ ଡାକ୍ତରଖାନାରୁ ବୋହି ନେବା ଦେଖାଦେଇଥିଲା । ଏହି ଘଟଣା ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।