ପୁଣି ଶବକୁ ଅସମ୍ମାନ : ଟ୍ରଲିରେ ବୁହା ହେଲେ ଶବ

Published By : Prameya-News7 Bureau | September 10, 2018 IST

କଳାହାଣ୍ଡି ୧୦/୯ : ପୁଣି ଶବକୁ ଅସମ୍ମାନ କରିଥିବା ଦେଖାଯାଇଛି କଳାହାଣ୍ଡି ଜିଲ୍ଲାରେ | ଟ୍ରଲିରେ ବ୍ୟବଛେଦ ପାଇଁ ବୁହା ହେଲା ଶବ । କଳାହାଣ୍ଡି ଜିଲ୍ଲା ଏମ ରାମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ୮ ତାରିଖ ନର୍ଲା ବ୍ଲକ ଉଫେର ଗ୍ରାମର ମକରନ୍ଦ ମାଝୀ ରେତ ନଦୀକୁ ଗଧୋଇବାକୁ ଯାଇ ନିଖୋଜ ରହିଥିଲେ । ଗତକାଲି ରାତିରେ ତାଙ୍କ ମୃତଦେହ ଦମକଳ ବାହିନୀ ଦ୍ବାରା ଉଦ୍ଧାର ହୋଇଥିଲା | ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ମଦନପୁର ରାମପୁର ହସ୍ପିଟାଲକୁ ପଠାଇଥିଲା । ହେଲେ ଶବ ନେବା ପାଇଁ ପରିବାରର ଆର୍ଥୀକ ସମ୍ବଳ ନଥିବାରୁ ସରକାରୀ ଶବ ବାହକ ଗାଡି ଅପେକ୍ଷାରେ ପରିବାର ଜଗି ରହିଥିବା ବେଳେ ଶବ ବାହକ ଗାଡି ନମିଳିବାରୁ ବାଧ୍ୟ ହୋଇ ଟ୍ରଲିରେ ମଦନପୁର ରାମପୁର ହସ୍ପିଟାଲ ପର୍ଯ୍ୟନ୍ତ ଶବ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.