Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରେନରୁ ମୃତ ଦେହ ଉଦ୍ଧାର

ଭଣ୍ଡାରିପୋଖରୀ-  ଟ୍ରେନରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ଡାଉନ୍ ଟ୍ରେନ କରମଣ୍ଡଳ ଏକ୍ସପ୍ରେସ ଜେନେରାଲ ବୋଗିରୁ ଏକ ମୃତ ଦେହ ଭଦ୍ରକରେ ରେଳବାଇ ପୁଲିସ (ଜିଆରପି)ଉଦ୍ଧାର କରିଛି  ।

ସୁଚନା ଅନୁଯାୟୀ ଉତ୍ତରପ୍ରଦେଶ ରାଜ୍ୟ ର ଗାଜିପୁର ଜିଲ୍ଲା ଅଞ୍ଚଳ ର ଚନ୍ଦ୍ର ଦେବଙ୍କର ପୁତ୍ର ସୁରେନ୍ଦ୍ର ୩୮ ରାଜମଣ୍ଡ୍ରି ପେପର ମିଲ ନିକଟରେ ଏକ ବାଲି ଖାଦାନରେ ୫ବର୍ଷ ହେଲା ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ‌। କିଛି ଦିନ ତଳେ ସୁରେନ୍ଦ୍ରର ପେଟ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କୁ ଦେଖେଇ ଥିଲେ ଡାକ୍ତର ସମସ୍ତ ପରୀକ୍ଷ କରିବା ପରେ ତାଙ୍କ ଲିଭରରେ ହୋଲ୍ ହୋଇଯାଇଛି ଅପରେସନ୍‌ ରେ ୩୦.୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ।

ଏତେ ଗୋଡାଏ ଟଙ୍କା ନ ଥିବାରୁ ଘରକୁ ଫେରି ଯିବାକୁ ମନସ୍ଥ କରିଥିଲେ ,ଭିଣେଇ ରାମନାରାୟଣଙ୍କ ସହିତ ସୁରେନ୍ଦ୍ର ରାଜମଣ୍ଡ୍ରି ରୁ ଟ୍ରେନ ଯୋଗେ କରମଣ୍ଡଳ ଏକ୍ସପ୍ରେସ ରେ ଗାଜିପୁର ଯାଉଥିଲେ । କଟକ ଷ୍ଟେସନ ପରେ ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଟ୍ରେନରେ କିଛି ଯାତ୍ରୀ ଟିଟିଙ୍କୁ କହିଥିଲେ l ଟିଟି ଭଦ୍ରକ  ଷ୍ଟେସନ ମାଷ୍ଟରଙ୍କୁ ଫୋନ୍ ରେ ଜଣାଇଥିଲେ l  ଭଦ୍ରକରେ ରେଳବାଇ ପୁଲିସ ଏଏସ୍ଆଇ ଇନ୍ଦୁମତୀ ଶୁକ୍ଳ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ଶବ ବ୍ୟବଛେଦ ପାଇଁ ଭଦ୍ରକ ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି

324 Views

   ସମ୍ବନ୍ଧିତ ଖବର