ବିଲରୁ ମିଳିଲା ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
4/10/2019 at 9:32 PM

ଆନନ୍ଦପୁର ୦୪।୧୦ – କେନ୍ଦୁଝର ଘସିପୁରା ଥାନା ଦରଳିପାଳ ପଞ୍ଚାୟତ ଅନ୍ତର୍ଗତ ଅଁଳାପାଳ ଗାଁ ନିକଟ ଏକ ବିଲରୁ ଦମ୍ପତି ଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦମ୍ପତି ସ୍ଥାନୀୟ ରଘୁନାଥପୁର ଗାଁ ର ବିଜୟ ମୁର୍ମୁ ଓ ପାନ ମୁର୍ମୁ । ଗତକାଲି ଗାଁ ନିକଟରେ ତଙ୍କର କେତେକ ଧାନ ବିଲରେ ଓଷଧ ପକାଇବାକୁ ଯାଇ ଆଉ ଫେରିଥିଲେ ସ୍ବାମୀ ସ୍ତ୍ରୀ ।
ଘରଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସମନ୍ଧାନ ପାଇ ନଥିଲେ । ଆଜି ଅପରାହ୍ନରେ ରେ ଅଁଳାପାଳ ଗାଁ ନିକଟରେ ଥିବା ବିଲରେ ଉଭୟ ଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ଉଭୟ ଙ୍କ ଶରୀର ରେ ପୋଡାଦାଗ ରହିଥିବାରୁ ବଜ୍ରପାତ ରେ ମୃତ୍ୟୁ ଘଟିଥିବା ସଂଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର କରି ତଦନ୍ତ କରୁଛି ।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021