କଟକ ଖାନନଗର ଓଏସଲ ପଡିଆରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା: ତିନିଦିନ ପରେ ମଧ୍ୟ ମିଳୁନି ପରିଚୟ
4/07/2019 at 3:33 PM

କଟକ୪|୭: ଅଚିହ୍ନା ଯୁବକ ଙ୍କୁ ପଥରରେ ଛେଚି ହତ୍ୟା ଘଟଣାକୁ ତିନି ଦିନ ବିତିଥିଲେ ସୁଦ୍ଧା ପୋଲିସ ପାଇ ପାରି ନାହିଁ ଯୁବକ ଙ୍କ ପରିଚୟ ପରିଚୟ ଖୋଜିବା ପାଇଁ ପୋଲିସର ୪ ଟି ଟିମ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା କହିଛନ୍ତି ଡିସିପି । ଏହି ଘଟଣାରେ ଯୁବକଙ୍କ ଫିଙ୍ଗର ପ୍ରଣ୍ଟି ନେଇ ଯଦି ପୋଲିସ ସରକାରଙ୍କ ଅନୁମତିରେ ଆଧାର କାର୍ଡରୁ ପରିଚୟ ଖୋଜିବା ପାଇଁ ଚେଷ୍ଟା କଲେ ହୁଏତ ପୋଲିସକୁ ସଫଳତା ମିଳିବ ବୋଲି ଆଇଟି ଏକ୍ସପର୍ଟ ମତ ରଖିଛନ୍ତି…
ବାଦମବାଡି ଥାନା ଖାନନଗର ଓଏସଲ ପଡିଆରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାକୁ ବିତିଛି ତିନିଦିନ,ହେଲେ ଯୁବକଙ୍କ ପରିଚୟ ଏଯାଏଁ ଲାଗି ନାହିଁ ପୋଲିସ ହାତରେ । ରାଜ୍ୟର ବିଭିନ୍ନ ଥାନାକୁ ପୋଲିସ ଫଟୋ ସହ ମେସଜ ଜାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ପ୍ରଥମେ ଯୁବକଙ୍କ ପରିଚୟ ମିଳିଲେ ପୋଲିସ ହୁଏତ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ପାରନ୍ତା । ତେବେ ଯୁବକଙ୍କ ପରିଚୟ ଖୋଜିବା ପାଇଁ ପୋଲିସର ୪ ଟିମ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି । ପୋଲିସର କହିବା ମୁତାବକ ଜଗତସିଂହପୁର,ଅନୁଗୁଳ,କେନ୍ଦ୍ରାପଡା ଓ ଢେଙ୍କାନାଳକୁ ପୋଲିସ ଟିମ ପରିଚୟ ପାଇଁ ଯାଇଛନ୍ତି । ସେଠାକାର ଥାନା ସହ ଯୋଗା ଯୋଗ କରିବା ସହ ଥାନର ଷ୍ଟସନ ଡାଏରି କୁ ମଧ୍ୟ ଯାଞ୍ଚ କରିବ।
ବିଭିନ୍ନ ସମୟରେ ଦୁର୍ଘଟଣା ହେଉ ଅବା ହତ୍ୟା କାଣ୍ଡ ପୋଲିସ ଅଧିକାଂଶ ସମୟରେ ପରିଚୟ ପାଉ ନଥିବାରୁ ଶବ ଗୁଡିକ ଅଚିହ୍ନା ହେଇ ଯାଉଛି । ବର୍ତ୍ତମାନ ସମୟରେ ସମସ୍ତେ ଯେହେତୁ ଆଧାର କାର୍ଡ ପଞିକରଣ କରୁଛନ୍ତି ଆଉ ସେଥିରେ ଫିଙ୍ଗର ପ୍ରିଣ୍ଟ ରହୁଛି ସରକାର ଯଦି ଏହି ସବୁ କ୍ଷେତ୍ରରେ ପୋଲିସକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରନ୍ତେ ତେବେ ନିଶ୍ଚିତ ପରିଚୟ ପାଇବାରେ ପୋଲିସ କୁ ସଫଳତା ମିଳନ୍ତା । ଜଣଙ୍କ ତଥ୍ୟ ଅନ୍ୟ ଜଣେ ଯେଭଳି ନ ପାଏ ଏ ନେଇ ସୁପ୍ରିମକୋର୍ଟରେ ମାମଲା ରହିଥିବାରୁ ଏହି ସବୁ କ୍ଷେତ୍ରରେ ସମସ୍ୟା ଉପଜୁଛି । ହେଲେ ଆଇଟି ଏକ୍ସପର୍ଟଙ୍କ ମତରେ ଅଦାଲତ ଯଦି ଏଭଳି ସମ୍ବେଦନ ଶୀଳ ଘଟଣାରେ ସରକାରଙ୍କୁ ଅନୁମତି ପ୍ରଦାନ କରିବେ ଓ ସରକାର ଏହି କ୍ଷମତା କେବଳ ପୋଲିସକୁ ଦେବେ ତା ହେଲେ ସେ ଦୁର୍ଘଟଣା ହେଉ ଅବା ହତ୍ୟା ସବୁ ଘଟଣା ଉପରୁ ପୋଲିସ ପର୍ଦ୍ଦା ଉଠାଇ ପାରନ୍ତା ।
ଓଡିଶାରେ ପୋଲିସ ଆଧୁନିକରଣ ପାଇଁ ବହୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ଆଉ ସେଥିପାଇଁ ନୂତନ ଞ୍ଗାନ କୌଶଳ ପାଇଁ ତାଲିମ ମଧ୍ୟ ପ୍ରଦାନ କରାୟାଉଛି ହେଲେ ବିଧି ବ୍ୟବସ୍ଥାରେ ବହୁ ସମସ୍ୟା ଥିବାରୁ ଏଥିରେ ସୁଫଳ ମିଳି ପାରୁ ନାହିଁ…