ବିଲୁଆଖାଇ ନଦୀ ପଠାରେ ଅଖା ଭିତରୁ ମିଳିଥିବା ଯୁବତୀଙ୍କ ଶବର ମିଳିଲା ପରିଚୟ : ଜାଣନ୍ତୁ କିଏ

Published By : Prameya-News7 Bureau | September 17, 2019 IST

ଜଗତସିଂହପୁର ୧୭|୯: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇ ପଡିଥିବା ଯୁବତୀଙ୍କ ଶବର ପରିଚୟ ମିଳିଛି । ଯୁବତୀଙ୍କ ନାଁ ନିହାରିକା ପାତ୍ର ଓ ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ତେବେ ସେ କଟକର ଏକ ଘରୋଇ ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ ।

{"id":158875}

ଗତ ୮ ତାରିଖ ଦିନ ଜଣେ ଯୁବକ ସହ ଦିନ ୪ଟା ବେଳେ ସେ ନର୍ସିଂହୋମ୍ ଛାଡିଥିଲେ । ୯ତାରିଖ ଦିନ ସେ ଡ୍ୟୁଟିକୁ ନଆସିବାରୁ କଟକ ଏମ ଏମ ମେଡିକେୟାର ନର୍ସିଂହୋମ୍ ପକ୍ଷରୁ ମଧୁପାଟଣା ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଥିଲା । ପୋଲିସ ସଂପୃକ୍ତ ଯୁବକ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଡାକି ପଚରାଉଚରା କରିଥିଲା । ୮ତାରିଖ ଦିନ ୪ଟା ବେଳେ ତାଙ୍କ ସହ ବାହାରକୁ ଯାଇଥିବା ନିହାରିକାଙ୍କୁ ସେ ପୁଣି ନର୍ସିଂହୋମ୍ ରେ ଛାଡିଯାଇଥିଲେ ବୋଲି କହିଥିଲେ ।

{"id":158878}

ତେବେ ଆଜି ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ନିହାରିକାଙ୍କ ଶବ ମିଳିଛି । ଏହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନିହାରିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖୋର୍ଦ୍ଧାରୁ ନିହାରିକାଙ୍କ ପରିବାରଲୋକ ଜଗତସିଂହପୁରରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ଘଟଣା ସଂପର୍କରେ ଉଭୟ ଜଗତସିଂହପୁର ଓ କଟକ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.