ପୋଲରୁ ଡ଼େଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର: ମୃତକଙ୍କ ନାଁ ଲିପା ନାଏକ

Published By : Prameya-News7 Bureau | June 16, 2020 IST

ବାଙ୍କୀ୧୬/୬: ମଙ୍ଗଳବାର ମହାନଦୀ ପୋଲ ଉପରୁ ଡ଼େଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର  ହୋଇଛି। ମହାନଦୀରେ ଦୀର୍ଘ ୪ ଘଣ୍ଟା ଅଗ୍ନିଶମ ବାହିନୀ ଖୋଜିବା ପରେ  ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଲେ ବଡ଼ମ୍ବାର ଥାନା ବିଧାରପୁର ଗାଁର ଲିପା ନାଏକ। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ ଜାତମୁଣ୍ଡିଆ ଆଡକୁ ମୋବାଇଲ ଫୋନରେ ଗପି ଗପି ବ୍ରିଜ ଉପରେ ଚାଲିଚାଲି ଅସୁଥିବା ବେଳେ ହଠାତ ମହାନଦୀ ପାଣିକୁ ଡେଇ ପଡିଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.